ଆଇଏସ୍‌ଆଇ ମାର୍କା ହେଲ୍‌ମେଟ ପିନ୍ଧିବା ନେଇ ସଚେତନତା

ଭୁବନେଶ୍ୱର: ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍ ବ୍ୟବହାର କରିବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କମନ୍ ଆକ୍ସନ୍ ଫର୍ ରୋଡ୍ ସେଫ୍‌ଟି ଓ କମିସନରେଟ୍ ପୁଲିସର ମିଳିତ ସହଯୋଗରେ ଆଜି ବାଣୀବିହାର ଓଭରବ୍ରିଜ୍ ତଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟ୍ରାଫିକ୍ ଆଡିସିନାଲ୍ ଡିସିପି କେକେ ପାଣିଗ୍ରାହୀ ଯୋଗ ଦେଇ ଲୋକଙ୍କୁ ହେଲ୍‌ମେଟ ବ୍ୟବହାର ଉପରେ ସଚେତନ କରାଇଥିଲେ । ଆଗକୁ ଏହି ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ ପୁଲିସ ଓ ଆରଟିଓଙ୍କ ସହଯୋଗରେ କରାଯିବ ବୋଲି କମନ୍ ଆକ୍ସନ୍ ଫର୍ ରୋଡ୍ ସେଫ୍‌ଟିର ଚେୟାରମ୍ୟାନ ସୁଜିତ୍ ସେନାପତି ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଅଣସ୍ୱୀକୃତିପ୍ରାପ୍ତ କମ୍ପାନିର ହେଲ୍‌ମେଟ ଅର୍ଥାତ୍ ଆଇଏସ୍‌ଆଇ ମାର୍କ ନଥିବା ହେଲ୍‌ମେଟ ପିନ୍ଧୁଥିବା ବାଇକ୍ ଚାଳକମାନେ ଦୁର୍ଘଟଣାରେ ପ୍ରାଣ ହରାଇବା ବେଶି ଦେଖାଯାଉଛି । ସେଥିପାଇଁ ୨୦୨୧ ଜୁନ୍ ପହିଲାରୁ ସରକାର ଅଣସ୍ୱୀକୃତିପ୍ରାପ୍ତ ତଥା ଆଇଏସ୍‌ଆଇ ମାର୍କ ନଥିବା ହେଲ୍‌ମେଟ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି । ଆଇଏସ୍‌ଆଇ ମାର୍କ ନଥିବା ହେଲ୍‌ମେଟ୍ ପିନ୍ଧୁଥିବା ଚାଳକ ଓ ଏଭଳି ହେଲ୍‌ମେଟ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ବର୍ଷରେ ଜେଲ୍ ଏବଂ ୧ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦଣ୍ଡର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.

11 − 2 =