ଆଇଜିଏଚ୍କୁ ନେଇ ତେଜିଲା ରାଜନୀତି

ରାଉରକେଲା: ରାଉରକେଲା ଆଇଜିଏଚକୁ ନେଇ ତେଜିଲା ରାଜନୀତି ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇଥିବା ବେଳେ ମେଡିକାଲ କଲେଜ କରାଯାଇନଥିବା ଦର୍ଶାଇ ଆପତି କରିଛନ୍ତି ଖଣି ଓ ଇସ୍ଫାତ ମନ୍ତ୍ରୀ । ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୧୫, ଏପ୍ରିଲ ୨ ତାରିଖରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତ ସମୟରେ ଘୋଷଣା କରିଥିଲେ । ଇସ୍ପାତ ଜେନେରାଲ ହସ୍ପିଟାଲକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ବିକଲିତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି କରିସାରିଛନ୍ତି । ଏଥି ସହିତ ୨୦୧୫ରେ ତକôାଳୀନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ରାଉରକେଲା ସାଂସଦଙ୍କୁ ଆଶ୍ୱାସନା ଦେଇଥିଲେ ଅତିଶୀଘ୍ର ମେଡିକାଲ କାର୍ଯ୍ୟ ଆରମ୍ଭ କରାଯିବ । ହେଲେ ଏବେ କେବଳ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇ, ଏହାର ଉଦଘାଟନୀ ଉସôବରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି । ତେଣୁ ମେଡିକାଲ କଲେଜ କୁଆଡେ ଗଲା ବୋଲି ପ୍ରଶ୍ନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ । ଯାହା ଏକ ବଡ ରାଜନୈତିକ ବିବାଦର ସୂତ୍ରପାତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ରାଉରକେଲା ଓ ସୁନ୍ଦରଗଡ ଏକ ଆସିବାସୀ ବହୁଳ ଅଂଚଳ ଅଟେ । ଏହି ଅଂଚଳରୁ ବହୁ ପରିମାଣରେ ଲୁହା ପଥର, ଖଣି, କୋଇଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପରିଶ୍ରମ ଦେଶର ସୁନାମରେ ଅର୍ଜନ କରିପାରିଛି ଏଥିରେ ରାଉରକେଲା ଏବଂ ସୁନ୍ଦରଗଡବାସୀଙ୍କର ବହୁତ ଅବଦାନ ରହିଛି । ଆଇଜିଏଚ ଏକ ମେଡିକାଲ କଲେଜରେ ଉନ୍ନୀତ ହୋଇଥିଲେ ଆଖାପାଖ ଅଂଚଳର ଲୋକମାନେ ବିଶେଷ ଉପକୃତ ହୋଇଥାନ୍ତେ । ତେଣୁ ରାଉରକେଲା ଇସ୍ପାତ କାରଖାନାର କର୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦିଅନ୍ତୁ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.

five − 1 =