ଆଇଟିସି ଭିଭେଲ୍ ର ନୂଆ କ୍ୟାମ୍ପେନରେ ସୋନମ୍ କପୁର

କଟକ: ସୋନମ୍ କପୁର ଆଇଟିସି ଭିଭେଲ୍ ପାଇଁ ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଏହାର ବ୍ରାଣ୍ଡ୍ ଦୁନିଆରେ ପ୍ରବେଶ କରିଛନ୍ତି, ଯିଏକି ଆଇଟିସି ଭିଭେଲ୍ ର ନୂଆ ଟିଭିସିରେ ଅଭିନୟ କରିଛନ୍ତି । ସୋନମଙ୍କ ସହ ନିର୍ମିତ ଏହି ଫିଲ୍ମଟି ଭିଭେଲ୍ ଆଲୋବେରା ସାବୁନର କୋମଳ ଓ ପୋଷଣଯୁକ୍ତ ଗୁଣଗୁଡିକୁ ଆଲୋକପାତ କରୁଛି ଏବଂ ଏହାକୁ ସମସ୍ତ ବୟସ ବର୍ଗର ଲୋକଙ୍କ ପାଇଁ ଉପଯୁକ୍ତ ପସନ୍ଦ ଭାବେ ଉପସ୍ଥାପନ କରୁଛି । ଏହି ରେଞ୍ଜ ସମସ୍ତ ରିଟେଲ ଷ୍ଟୋର ଓ ଇକମର୍ସ ପ୍ଲାଟଫର୍ମରେ ୧୦୦ଗ୍ରାମ ପାଇଁ ୩୦ ଟଙ୍କା, ୫ଟି ୧୦୦ ଗ୍ରାମ ସାବୁନର ଏକ ପ୍ୟାକ୍ ପାଇଁ ୧୦୦ ଟଙ୍କାରେ ଉପଲବ୍ଧ ହେଉଛି । ଆଇଟିସି ଲିମିଟେଡର ପର୍ସନାଲ କେୟାର ପ୍ରଡକ୍ଟସ ବିଜେନେସ ଡିଭିଜନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସମୀର ଶତପଥୀ କହିଛନ୍ତି, “ଆମେ ଭିଭେଲ ପାଇଁ ସୋନମ କପୁରଙ୍କୁ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିୟୋଜିତ କରି ଖୁବ୍ ଉତ୍ସାହିତ ଅଛୁ । ତାଙ୍କର ପ୍ରକୃତ ଆନନ୍ଦଦାୟକ ବ୍ୟକ୍ତିତ୍ୱ ସହିତ ସେ ବ୍ରାଣ୍ଡ ପ୍ରତି ଏକ ନୂଆ ସତେଜତା ଓ ଉତ୍ସାହ ଆଣିଛନ୍ତି ଏବଂ ପୋଷଣଯୁକ୍ତ ଓ କୋମଳ ତ୍ୱଚାର ଚିନ୍ତାଧାରାକୁ ପୂରିପୂର୍ଣ୍ଣ କରୁଛନ୍ତି ।” ଆଇଟିସି ଭିଭେଲ ସହିତ ନିଜର ସହଭାଗିତା ସମ୍ପର୍କରେ ଅଭିନେତ୍ରୀ ସୋନମ କପୁର କହିଛନ୍ତି, “ମୁଁ ଭିଭେଲ୍ ର ପ୍ରତିନିଧିତ୍ୱ କରିବା ପାଇଁ ଉତ୍ସାହିତ ରହିଛି କାରଣ ମୁଁ ବ୍ରାଣ୍ଡର ଦର୍ଶନକୁ ପ୍ରତିଧ୍ୱନିତ୍ୱ କରୁଛି । ମୁଁ ସବୁବେଳେ ବିଶ୍ୱାସ କରେ ଯେ, ଯେତେବେଳେ ଆପଣ ପ୍ରକୃତରେ ନିଜ ତ୍ୱଚାର ଯତ୍ନ ନେବେ ସେତେବେଳେ ଆପଣ ନିଜର ତ୍ୱଚାରେ ଆରାମଦାୟକ ଅନୁଭବ କରିପାରିବେ ଏବଂ ମୁଁ ବିଶ୍ୱାସ କରେ ଯେ, ପ୍ରକୃତିର ଉତମତା ଓ ଏହାର ବଦାନ୍ୟତାରେ ଆମର ତ୍ୱଚାକୁ କୋମଳ ଓ ଜୀବନ୍ତ କରିବା ପାଇଁ ଏକ ମାଧ୍ୟମ ରହିଛି ।”

Leave A Reply

Your email address will not be published.

5 × 5 =