କଟକ: କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି । ସେ କହିଛନ୍ତି, ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମା ଚର୍ଚିକା, ଭଟ୍ଟାରିକା ପୀଠ ଓ ବାବା ଧବଳେଶ୍ୱରଙ୍କ ପୀଠ । କୋଭିଡି କଟକଣା ମଧ୍ୟରେ ଏ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖାଯିବାକୁ ଗୁରୁତ୍ୱ ଦିଆଯିବ । ତେବେ କଟକ ମହାନଗରରେ ଥିବା ଧର୍ମାନୁଷ୍ଠାନ ଖୋଲିବା ନେଇ ସିଏମସି ନିଷ୍ପତ୍ତି ନେବ । କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପୂଜାକମିଟି ସହ ଆଲୋଚନା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରାୟ ୩ ମାସରୁ ଅଧିକ ସମୟ ଧରି କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ଥିଲା ।