ଆଜିଠୁ ଜଗାଦର୍ଶନ

ପୁରୀ: ଦିର୍ଘ ୩ ମାସରୁ ଉର୍ଧ ସମୟଧରି ଭକ୍ତଙ୍କ ପାଇଁ ବନ୍ଦ ଥିବା ଶ୍ରୀମନ୍ଦିର ଆସନ୍ତା କାଲି ଗୁରୁବାର ଠାରୁ ଖୋଲିବ । ତେବେ କେବଳ ମନ୍ଦିର ସେବକଙ୍କ ପରିବାର ସଦସ୍ୟ ଆସନ୍ତା କାଲି ୧୨ ଏବଂ ୧୩ରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମନ୍ଦିରରେ ପ୍ରବେଶ କରିବାବେଳେ, ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ ବା ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଅନ୍ୟ କୌଣସି ପରିଚୟ ପତ୍ର ସହିତ ଆଧାର କାର୍ଡ ବା ଭୋଟର କାର୍ଡ ଦେଖାଇ ପ୍ରବେଶ କରିପାରିବେ ।ସେହିପରି ୧୬ରୁ ୨୦ତାରିଖ ପର୍ଯ୍ୟନ୍ତ କେବଳ ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିପାଇଁ ସେମାନଙ୍କୁ ଆଧାର ବା ଭୋଟର କାର୍ଡ ଦେଖାଇବାକୁ ହେବ । ସିଂହଦ୍ୱାରରେ ପ୍ରବେଶ କରି ଦର୍ଶନ କରିବା ସହ ଉତ୍ତରଦ୍ୱାର ବାଟେ ବାହାରିବାକୁ ପଡ଼ିବ । ୨୩ତାରିଖରୁ ପୁରୀ ବାହାରର ସମସ୍ତ ଭକ୍ତ ପୁରୀ ଯାଇ ମହାବାହୁଙ୍କୁ ଦର୍ଶନ କରିବେ । ସିଂହଦ୍ୱାରରେ ପ୍ରବେଶ କରି ଦର୍ଶନ କରିବା ସହ ଉତ୍ତରଦ୍ୱାର ବାଟେ ପ୍ରସ୍ଥାନ କରିବେ । କୌଣସି ଭକ୍ତ ମନ୍ଦିରକୁ ଭୋଗ, ଫୁଲ ଓ ଦୀପ ନେଇପାରିବେ ନାହିଁ । ସାଧାରଣ ଲୋକଙ୍କ ପାଇଁ ଅଗଷ୍ଟ ୧୬ରୁ ମନ୍ଦିର ଖୋଲିବାକୁ ଥିବା ବେଳେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇପାରିବେ । -ସପ୍ତାହାନ୍ତ ସଟଡାଉନ ସମୟରେ ମନ୍ଦିରରେ ଦର୍ଶନ ବନ୍ଦ ରହିବ । -ବଡ଼ ବଡ଼ ପର୍ବପର୍ବାଣୀରେ ଭିଡ଼ ହେବାର ଆଶାଙ୍କା ଥିବାରଚ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । -ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଭକ୍ତ ହାତ ସାନିଟାଇଜ କରିବା ସହ ମାସ୍କ ପିନ୍ଧିବେ ଏବଂ ସାମାଜିିକ ଦୂରତା ଅବଲମ୍ବନ କରିବେ । -ମନ୍ଦିର ଭିତରକୁ ଭୋଗ, ଫୁଲ ଏବଂ ଦୀପ ନେଇ ଯାଇପାରିବେ ନାହିଁ ଭକ୍ତ । ଯଦି କେହି ଏସବୁ ଆଣିଥିବେ, ତେବେ ସେମାନଙ୍କୁ ମନ୍ଦିର ଭାହାରେ ଥିବା ବଡ଼ କଣ୍ଟେନରରେ ଏହାକୁ ରଖିବାକୁ ପଡ଼ିବ । ମନ୍ଦିର ଭିତରେ ଥିବା କୌଣସି ମୂର୍ତ୍ତିକୁ ଭକ୍ତ ଛୁଇଁପାରିବେ ନାହିଁ । -ତମ୍ବାକୁ କିମ୍ବା ପାନ ଖାଇ ଭକ୍ତ ଛେପ ପକାଇ ପାରିବେ ନାହିଁ । ଏଭଳି କଲେ ୫୦୦ଟଙ୍କା ଜରିମାନା ଦେବାକୁ ହେବ । ଏହା ସହ ମନ୍ଦିର ଭିତରକୁ ପଲିଥିନ ଆଣିଲେ ୧୦୦ଟଙ୍କା ଜରିମାନା ଦେବାକୁ ହେବ । -କରୋନା ସ୍ଥିତି ପାଇଁ ୬୫ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି କିମ୍ବା ଗମ୍ଭୀର ଶାରୀରିକ ସମସ୍ୟା ଥିବା ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ମନ୍ଦିର ନଆସିବାକୁ କୁହାଯାଇଛି । ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ କରୋନା ଟିକାକରଣ ପ୍ରମାଣପତ୍ର ବା ୯୬ଘଣ୍ଟା ପୂର୍ବର ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ ବୋଲି ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି ।

Leave A Reply

Your email address will not be published.

nineteen + four =