ରାଜ୍ୟରେ ଆଜି ୧୧ ଜଣ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୨ ଏବଂ ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଅଛନ୍ତି। ଭୁବନେଶ୍ୱରରୁ ୭୯, ୬୩, ୫୨ ଓ ୩୨ ବର୍ଷୀୟ ୪ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ର ଜଣେ ୫୨ ବର୍ଷୀୟ ମହିଳା ଓ ୬୨ ବର୍ଷୀୟ ପୁରୁଷ, ବୌଦ୍ଧର ଜଣେ ୭୫ ବର୍ଷୀୟ ମହିଳା, କଳାହାଣ୍ଡିର ୩୬ ବର୍ଷୀୟ ପୁରୁଷ, କୋରାପୁଟର ୬୦ ବର୍ଷୀୟ ମହିଳା, ପୁରୀର ୩୦ ବର୍ଷୀୟ ପୁରୁଷ ଏବଂ ରାୟଗଡାର ୮୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି।