ଗୋଶାଣି-ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ପିଇଓ ମାନେ । ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବ୍ଳକର କାର୍ଯ୍ୟରତ ସମସ୍ତ ପିଇଓ ମାନେ କଳାବ୍ୟାଚ ପରିଧାନ କରି କାର୍ଯ୍ୟ ରେ ଯୋଗଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି । ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସଂଘ ବିଭିନ୍ନ ବ୍ଳକ ଶାଖା ପକ୍ଷରୁ ବିଭିନ୍ନ ଦାବି ଯଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ କରିବା ସହିତ ଦରମା ହାର ଲେବେଲ୍ -୫ ରୁ ଲେବେଲ୍ -୯ କୁ ଧାର୍ଯ୍ୟ କରିବା । ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜିପିଡିଓ ପଦବୀରେ ୧୦୦ % ପଦୋନ୍ନତି ପ୍ରଦାନ କରିବା ଓ ଓପିଆର ଏସ କ୍ୟାଡ଼ର ରୁଲରେ ଅନ୍ତର୍ଭୁକ୍ତ କରିବା ଆଜି ଦୁଇ ଦଫ। ଓ ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୁର୍ବରୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହା ପରେ ମଧ୍ୟ ସରକାର ଦାବି ପୂରଣ କରିନଥିବାରୁ ଆଜି ଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଥିବା ପିଇଓ ସଂଘ ପକ୍ଷରୁ କୁହାଯାଇଛି ।