ଆଠଗଡ଼ ମିଡିଆ ହାଉସ ପକ୍ଷରୁ ପଖାଳ ଦିବସରେ ବନ୍ଧୁ ମିଳନ

ଆଠଗଡ : ଓଡ଼ିଆ ପାରମ୍ପାରିକ ଖାଦ୍ୟ ପଖାଳ ଦିବସରେ ଆଠଗଡ଼ ମିଡିଆ ହାଉସ ପକ୍ଷରୁ ଖୁଣ୍ଟୁଣୀ ସ୍ଥିତ ହୋଟେଲ ମିଲନ ଫାମିଲି ରେଷ୍ଟୁରାଣ୍ଟ ଠାରେ ପଖାଳ ଦିବସ ପାଳିତ  ହୋଇ  ଯାଇଛି ।  ମିଡିଆ ହାଉସ ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ଉପସଭାପତି ବିଜୟ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ସ୍ୱରାଜ ପଣ୍ଡା, ସମ୍ପାଦକ ଦିଲ୍ଲୀପ କୁମାର ଦାସ, କୋଷାଧ୍ୟକ୍ଷ ଦେବବ୍ରତ ବେବେରା, ସହ ସମ୍ପାଦକ ମାନସ ସାହୁ, ଉପଦେଷ୍ଟା ଶ୍ୱେତକାନ୍ତ ବେହେରା, ସୁକାନ୍ତ କୁମାର ଦଳେଇ, ଶ୍ରୀକାନ୍ତ ସ୍ୱାଇଁ, ସୋନାଲି କାଳିଆ, ରଞ୍ଜିତ ରାଉତ, ପରମାନନ୍ଦ ମୁଦୁଲି, ସଂଜୟ ମହାନ୍ତି ଓ ସଂଜୟ ପଣ୍ଡା ପ୍ରମୁଖ  ଆଠଗଡ଼ ଅଞ୍ଚଳର ପ୍ରମୁଖ ଗଣମାଧ୍ୟମ ସୋସିଆଲ ମିଡିଆ ୱେବ ଚାନେଲ ପ୍ରତିନିଧି ମାନେ ଯୋଗଦେଇ ପଖାଳ ଦିବସର ତାତ୍ପର୍ଯ୍ୟ ଓ ମହତ୍ୱ ଉପରେ ନିଜ ନିଜର ମତ ରଖିଥିଲେ । ଆଗାମୀ ଦିନରେ ଏହି ସାମ୍ବାଦିକ ସଙ୍ଘକୁ ସୁପରିଚାଳନା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମ୍ପାଦକ ଦିଲ୍ଲୀପ କୁମାର ଦାସ ଜଣାଇଛନ୍ତି ।

Leave A Reply

Your email address will not be published.

one × 4 =