ଯାଜପୁର: “ଆଦର୍ଶ ଓଡ଼ିଶା” ନିର୍ମାଣର ସ୍ୱପ୍ନ ନେଇ କିଛି ତ୍ୟାଗ ବ୍ରତୀ, ଉର୍ସଗିକୃତ ଯୁବ ସମାଜସେବୀଙ୍କ ଦ୍ୱାରା ଗଠିତ ଅଗ୍ରଣୀ ସଂଗଠନ “ଆଦର୍ଶ ଓଡ଼ିଶା ଫାଉଣ୍ଡେସନ” ତରଫରୁ ସମଗ୍ର ବରୀ ବ୍ଲକ ଅଂଚଳରେ କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ବ୍ୟାପକ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଚଳିତ ମାସ ୧୧ ତାରିଖ ଦିନ ବରୀ ତହସିଲଦାର ଓ ବି.ଡି.ଓଙ୍କଠାରୁ ବିଧିବଦ୍ଧ ଭାବେ ଅନୁମତି ପାଇଲା ପରେ ୧୨ ତାରିଖ ମଙ୍ଗଳବାରଠାରୁ ସଂଗଠନର ୧୨ ଜଣ ଯୁବକ ଓ ଯୁବତୀ ସ୍ୱଚ୍ଛାସେବୀଙ୍କୁ ନେଇ ସ୍ଥାନୀୟ ବରୀ ଗ୍ରାମପଂଚାୟତରେ ପ୍ରାୟ ସମସ୍ତ ୱାର୍ଡ ଓ ସାହିରେ ଲୋକମାନଙ୍କୁ କରୋନା ମହାମାରୀ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଆବଶ୍ୟକୀୟ ସମସ୍ତ ସର୍ତକତା ଓ ସାବଧାନତା ପଦକ୍ଷେପ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ.ଏଚ୍.ଓ)ର ନିଦେ୍ର୍ଧଶ ଅନୁଯାୟୀ ୨୦ ସେକେଣ୍ଡରେ ହାତଧୁଆ ପ୍ରଣାଳୀ, ସାମାଜିକ ଦୂରତ୍ୱ ବଜାୟ ରଖିବା, ସଂଗରୋଧ ନିୟମରେ ଥିବା କେନ୍ଦ୍ରକୁ ପଠାଇବା, ମାସ୍କର ଉପଯୁକ୍ତ ବ୍ୟବହାର ପ୍ରଣାଳୀ ସହିତ ନିଜର ଶରୀର ଓ ଚତୁଃପାଶ୍ୱର୍ର ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ତରଳ ବିଶୋଧକ ଚି‚ନ ପ୍ରଣାଳୀ ଆଦି ସମସ୍ତ କୌଶଳ ବିଷୟରେ ବ୍ୟବହାରିକ ତାଲିମ୍ ପ୍ରଦାନ କରାଯାଉଅଛି । କରୋନା ଭୂତାଣୁ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିଥିବା ସମସ୍ତ ସୂଚନା, ରୋକ ସଂକ୍ରମଣର ବିଭିନ୍ନ ଦିଗ, ଜଙ୍ଗଲର ନିଆଁ ଭଳି ବ୍ୟାପୁଥିବା ଏହାର ସଂକ୍ରମଣରୁ ନିଜକୁ ତଥା ପରିବାରକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ସରକାରୀ ନିଦେ୍ର୍ଧଶନାମା ଏବଂ ବିଶିÂ ସ୍ୱାସ୍ଥ୍ୟ ବିସାରଦମାନଙ୍କ ପରାମର୍ଶ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଉଅଛି । ନିଜ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ଯୋଗ, ଧ୍ୟାନ, ବ୍ୟାୟାମ, ନିୟମିତ ଅଭ୍ୟାସ କରିବା ସହିତ ସବୁବେଳେ ସକରାତ୍ମକ ମନୋଭାବ ପୋଷଣ କରିବା ପାଇଁ ପ୍ରଶିକ୍ଷିତ କରାଯାଉଛି । ଏହା ସହିତ ସବୁସ୍ଥାନରେ ସଂଗଠନର କ୍ରମୀମାନେ ମାସ୍କ ବଂଟନ ସହିତ ତରଳ ବିଶୋଧକ ବ୍ୟବହାର କରି ଗାଁର ବିଭିନ୍ନ ଅଂଚଳକୁ ବ୍ୟାପକ ବିଶୋଧନ କରୁଛନ୍ତି । ବରୀ ବ୍ଳକ ଅଂଚଳର ଅଧିକାଂଶ ସଂଗରୋଧ କେନ୍ଦ୍ରରେ ଅନ୍ତେବାସୀମାନଙ୍କୁ “ଆଦର୍ଶ ଓଡ଼ିଶା” ତରଫରୁ ଆସନ୍ତା କାଲିଠାରୁ ଯୋଗ ଶିକ୍ଷା, ଉତମ ଜୀବନ ଶୈଳି ଏବଂ ଆଗାମୀ ଦିନରେ ନିଜ ଅଂଚଳରେ ରହି ସ୍ୱାବଲମ୍ବୀ ଜୀବିକା ବ୍ୟବସ୍ଥା ଇତ୍ୟାଦି ବିଷୟରେ ବିସ୍ତୁତ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ନିଷ୍ପତି କରାଯାଇଛି । ସଂଗଠନର ରାଜ୍ୟ ସମ୍ପାଦକ ଶ୍ରୀ କାହ୍ନୁ ଚରଣ ବେହୁରାଙ୍କ ସହିତ ଯୁବ ସମାଜସେବୀ ସତ୍ୟ ରଂଜନ କର, ସ୍ମିତା ସାମଲ, ପ୍ରଶାନ୍ତ ବେହୁରା, ବିନୋଦ କୁମାର ଜତି, ମାନସୀ ସେଠୀ, କାଂଚନ ବାଳ ଜତି, ବନ୍ଦିତା ଦାସ, ପ୍ରଶାନ୍ତ କୁମାର ପରିଆଡି, ତାରା କାନ୍ତ ଆଚାର୍ଯ୍ୟ, ଈଶ୍ୱର ଜତି ଏବଂ ଦାମୋଦର ବେହେରା ପ୍ରମୁଖ ଚାରି ପାଂଚଟି ଟିମ୍ରେ ବିଭକ୍ତ ହୋଇ ଗାଁ କୁ ଗାଁ ବୁଲି ଏହି ସବୁ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।