ଆଦର୍ଶ ବିଦ୍ୟାଳୟକୁ ଜିଲ୍ଲା ଖଣିଜ ପାଣ୍ଠିରୁ ବସସେବା ଯୋଗାଇ ଦେବା ନିମନ୍ତେ ଅନୁଗୋଳ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୋଳ : ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଗଢ଼ି ଉଠିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ଖଣିଜ ପାଣ୍ଠିରୁ ମାଗଣା ବସ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାର ଆଠଗୋଟି ଆଦର୍ଶ ବିଦ୍ୟାଳୟର ପ୍ରାୟ ଦୁଇ ହଜାର ଅବିଭାବକ ମାନେ ଏକତ୍ରିତ ହୋଇ ଆଜି ଅନୁଗୁଳ ଜିଲ୍ଲାପାଳଙ୍କୁ ସମୂହ ଦାବିପତ୍ର ଦେଇଛନ୍ତି । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉର୍ଣ୍ଣତ ମାନର ଗୁଣବତ୍ତା ଇଂରାଜୀ ମାଧ୍ୟମିକ ପଦ୍ଧତିରେ ଶିକ୍ଷା ଯୋଗାଇ ଦେବା ନିମନ୍ତେ ପ୍ରତ୍ୟେକ ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗଠନ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ସ୍ୱପ୍ନର ପ୍ରକଳ୍ପ । ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ଉର୍ଣ୍ଣତ ଶିକ୍ଷା ଲାଭ କରିବା ସହ ସରକାରଙ୍କ ତରଫରୁ ମାଗଣା ପାଠ୍ୟ ପୁସ୍ତକ, ପୋଷାକ ଓ ମଧ୍ୟାହ୍ନ ଭୋଜନ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଆସୁଛନ୍ତି । ଅନୁଗୁଳ ଜିଲ୍ଲାର ଆଠଗୋଟି ବ୍ଲକରେ ଗଢି ଉଠିଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରାୟ ପାଞ୍ଚ ହଜାର ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲା ଆଦର୍ଶ ବିଦ୍ୟାଳୟକୁ ବସ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି । କିଛି ମାସ ପୂର୍ବରୁ ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲ୍ଲାରେ ସରକାର ଛାତ୍ରଛାତ୍ରୀ ମାନଙ୍କୁ ବସ ସେବା ଯୋଗାଇ ଦେଇଛନ୍ତି । ଅନୁଗୁଳ ଜିଲ୍ଲା ଖଣି ଖଦାନ, କଳ କାରଖାନା ଓ ରାଷ୍ଟ୍ରାୟତ ଉଦ୍ୟୋଗରେ ଭର୍ତ୍ତି ହେବା ସହ ଜିଲ୍ଲା ଖଣିଜ ପାଣ୍ଠିରେ ମଧ୍ୟ ଅପର୍ଯ୍ୟାପ୍ତ ପାଣ୍ଠି ମହଜୁଦ ଅଛି । ଜିଲ୍ଲାରେ ଏତେ ସବୁ ବ୍ୟବସ୍ଥା ଥାଇ ମଧ୍ୟ ଛାତ୍ରଛାତ୍ରୀମାନେ ବସ ସେବାରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଡିଏ ପଚିଶି କିଲୋମିଟର ଦୂରରୁ ଆସୁଥିବା ଛାତ୍ରଛାତ୍ରୀ ମାନେ ନିଜକୁ ସୁରକ୍ଷିତ ମଣୁ ନଥିବା ବେଳେ ଦୈନିକ ନିଜ ପିଲାମାନଙ୍କୁ ବିଦ୍ୟାଳୟ ନେବା ଆଣିବାରେ ଅବିଭାବକ ମାନଙ୍କ ପାଇଁ ସହଜ ହେଉନାହିଁ । ବସ ସେବା ନଥିବାରୁ କିଛି ଛାତ୍ରଛାତ୍ରୀ ମାନେ ଅନ୍ୟତ୍ର ବେସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ବେଳେ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ବାଧ୍ୟହୋଇ ନିଜନିଜର ପୂର୍ବ ଶିକ୍ଷା ବ୍ୟବସ୍ଥାକୁ ଫେରିଯାଉଛନ୍ତି । ଜିଲ୍ଲା ଖଣିଜ ପାଣ୍ଠିରୁ ଯଦି ସରକାର ବସ ସେବା ଯୋଗାଇ ଦିଅନ୍ତି ନିହାତି ଭାବେ ଦୂର ଦୁରାନ୍ତର ମେଧାବୀ ଛାତ୍ରଛାତ୍ରୀ ମାନେ ଦୈନିକ ବିଦ୍ୟାଳୟ ଯାଇ ପାଠ ପଢି ଭଲ ମଣିଷ ହୋଇପାରନ୍ତେ । ଏହି ପରିପ୍ରେକ୍ଷୀରେ ଆଜି ଅନୁଗୁଳ ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟରୁ ପ୍ରାୟ ଦୁଇ ହଜାର ଅବିଭାବକ ଏକତ୍ରିତ ହୋଇ ତୁରନ୍ତ ବିଦ୍ୟାଳୟରେ ମାଗଣା ବସ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଙ୍କୁ ସାମୁହିକ ଦାବିପତ୍ର ଦେଇଛନ୍ତି ।

Leave A Reply

Your email address will not be published.

3 + three =