ଧାମରା : କ୍ୱାଲିଟୀ ସର୍କଲ ଫୋରମ ଅଫ୍ ଇଣ୍ଡିଆ ତରଫରୁ ରାଉରକେଲାଠାରେ ଚାପ୍ଟର କନ୍ଭେନସନ ଅନ୍ କ୍ୱାଲିଟୀ କନସେପ୍ଟ ଗତ ୨୪ ତାରିଖରେ ଆୟୋଜିତ ହୋଇଯାଇଛି । ରାଉରକେଲାର ଆରଆଇଏମ୍ଏସ୍ କଲେଜ ପରିସରରେ ଆୟୋଜିତ ଏହି କନ୍ଭେନସନ ବିଭିନ୍ନ କ୍ଷେତ୍ରର ଶିଳ୍ପ ସଂସ୍ଥାମାନେ ଅଂଶ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ଦ୍ୱାରା ବ୍ୟବହୃତ କ୍ୱାଲିଟୀ କନସେପ୍ଟ ପ୍ରଦର୍ଶନ କରିଥିଲେ । ଧାମରା ପୋର୍ଟର ୫ଟି ଟିମ୍ ଏହି କନ୍ଭେନସନରେ ଭାଗନେଇ ନିଜର କ୍ୱାଲିଟୀ ସର୍କଲ କେସ ଷ୍ଟଡି ଉପସ୍ଥାପନା କରିଥିଲେ । ଇଞ୍ଜିନିୟରିଂ ବିଭାଗ ଅଧିନ ଏମ୍ଏଚ୍ଏସ୍ ସେକ୍ସନର ୫ଟି କ୍ୱାଲିଟୀ ସର୍କଲ ଟିମ୍ ସେମାନଙ୍କ ଆଭ୍ୟନ୍ତରୀଣ ଅଞ୍ଚଳରେ ବିକଶିତ କରିପାରିଥିବା କେସ ଷ୍ଟଡି ସମ୍ବନ୍ଧରେ ଏହି କନ୍ଭେନସନ ଉପସ୍ଥାପନା କରିଥିଲେ । ଧାମରା ପୋର୍ଟର ୫ଟି ଟିମ୍ ଏହି କନ୍ଭେନସନରେ ସ୍ୱର୍ଣ୍ଣ ଶ୍ରେଣୀରେ ସଫଳତାର ସହିତ ଅନ୍ତର୍ଭୁକ୍ତ ହୋଇ ସର୍ବାଧିକ ଟ୍ରଫି ହାସଲ କରିଥିଲେ । ଆଦାନି ଗ୍ରୁପ ପକ୍ଷରୁ ଶିଳ୍ପକ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ପାଇଁ ବ୍ୟବହାର କରିଥିବା ବିଭିନ୍ନ କନ୍ସେପ୍ଟକୁ ଏଠାରେ ଦର୍ଶାଇଯାଇ ପାରିଥିଲା ।