ଆନନ୍ଦପୁର : ଆନନ୍ଦପୁର ସବଡିଭିଜନକୁ ରାଜ୍ୟ ସରକାର ତୁରନ୍ତ ଜିଲ୍ଲା କରିବା ଦାବୀରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କୁ, ଆନନ୍ଦପୁର ବିକାଶ ପରିଷଦ ତରଫରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ଦାବୀପତ୍ର ପ୍ରଦାନ ସମୟରେ ଆନନ୍ଦପୁର ବିକାଶ ପରିଷଦ ର ସଭାପତି ତଥା ଆନନ୍ଦପୁର କଲେଜର ପୂର୍ବତନ ପ୍ରିନ୍ସିପାଲ ପ୍ରଫେସର ଡଃ ରମାକାନ୍ତ ନାୟକ, ବିଜେପି ନଦୀ ସୁରକ୍ଷା ସମିତି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, କେନ୍ଦୁଝର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ସୋମନାଥ ରାଉତ, ବିଜେଡ଼ି ଜିଲ୍ଲା ସଂପାଦକ ଶ୍ରୀ ସତ୍ୟାନନ୍ଦ ମିଶ୍ର, ଆନନ୍ଦପୁର ମୁନିସିପାଲିଟି ଉପ ନଗରପାଳ ଶ୍ରୀ ଦୁର୍ଗା ଚରଣ ଦଲେଇ, ଆନନ୍ଦପୁର ଓକିଲ ସଂଘର ସଭାପତି ଶ୍ରୀ ଦୟାନିଧି ଦାଶ, ଓକିଲ ଭାଗିରଥି ଦାଶ, ସାମ୍ବାଦିକ ସର୍ବଶ୍ରୀ ମଦନ ପାଣି, ସନ୍ତୋଷ କୁମାର ରାଉତ, ଲଲାଟେନ୍ଦୁ ଧୀର, ନିରାକାର ଦଳେଇ, କିରଣ ପାଢୀ, କିଶୋର କୁମାର ଆଚାର୍ଯ୍ୟ, ଗୋପାଳ ରାଉତ, ହରେକୃଷ୍ଣ ପାତ୍ର , ନିର୍ମଲ ରାଉଲ, ଅଭିମନ୍ୟୁ ବେହେରା, ବାବୁନା ପଟ୍ଟନାୟକ, ବିଜେଡ଼ି ନେତା ଗୈରାଗଂ ରଣା, ମନ୍ଦରଧର ସାମଲ ପ୍ରମୁଖଙ୍କ ସମେତ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହି ଅବସରରେ ଆନନ୍ଦପୁର ସବଡିଭିଜନ କୁ ଜିଲ୍ଲା ଦାବିରେ ହାଟଡିହି ଠାରେ ବ୍ୟାପକ ଦସ୍ତଖତ ଅଭିଯାନ ଆରମ୍ଭ ହେଇଥିଲା। ସେହିପରି ଆନନ୍ଦପୁର ଠାରେ ମଧ୍ୟ ଆଜିଠାରୁ ଆରମ୍ଭ କରାଯାଇଛି।ଏଥିରେ ଶହଶହ ସଂଖ୍ୟାରେ ଜନସାଧାରଣ ସମର୍ଥନ କରି ସାମିଲ ହୋଇଥିଲେ।