ଭୁବନେଶ୍ୱର: କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଂଚାରନ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କହ୍ରାସ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଦାବି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍ ର ବିଦ୍ୟୁତ ସଂଚାରଣ (ସିଟିୟୁ)ନେଟୱାର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ ସଂଚାରିତ ହୋଇଥାଏ । ଗତ ଏକ ଦଶନ୍ଧି ମଧ୍ୟରେ ଆକଳନ କରାଯାଇଛି ଯେ ୨୦୧୧-୧୨ ଆର୍ଥôକ ବର୍ଷରେ ଆଇଏସଟିଏସ୍ ଶୁଳ୍କ ୟୁନିଟ୍ ପିଛା ୨୪ ପଇସା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ପ୍ରାୟ ୧ ଟଙ୍କା ହୋଇଛି । ଏ ନେଇ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ରାଜକୁମାର ସିଂହଙ୍କୁ ପତ୍ର ଲେଖି ପିଜିସିଆଇଏଲ୍ ର ଏହି ବିଦ୍ୟୁତ ସଂଚାରଣ ଶୁଳ୍କର ପୁନଃବିଚାର ନିମନ୍ତେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।
ପିଜିସିଆଇଏଲ ୍ ର ବାର୍ଷିକ ରାଜସ୍ୱ ଆବ ଶ୍ୟକତା ୨୦୧୯-୨୦ ଆର୍ଥôକ ବ ର୍ଷରେ ବୃଦ୍ଧି ପାଇ ୩୯୦୦୦ କୋଟି ଟଙ୍କାରେ ପହଂଚିଛି ଯାହା ୨୦୧୧-୧୨ ଆର୍ଥôକ ବର୍ଷରେ ୯୦୦୦ କୋଟି ରହିଥିଲା । ଯାହାର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୨୧% ଅଟେ । ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାରଣ ଦେୟ ଓଡ଼ିଶା ପାଇଁ ୨୦୧୧-୧୨ରେ ୧୭୯ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ୭୩୪ କୋଟି ଟଙ୍କାରେ ପହଂଚିଛି ।
ଏହି ଆଶାତୀତ ଦର ବୃଦ୍ଧି ସମସ୍ୟାର ସମାଧାନର ଉପାୟ ଉପରେ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରି ଅବ୍ୟବହୃତ ଭିତିଭୂମିର ଖର୍ଚ୍ଚକୁ ଉପଭୋକ୍ତାଙ୍କ ଉପରେ ଲଦି ନଦେବାକୁ ଏବଂ ଏହାକୁ ଶକ୍ତି ବ୍ୟବସ୍ଥା ବିକାଶ ପାଣ୍ଠି ଭଳି ସରକାରୀ ପାଣ୍ଠିରୁ ଭର ଣା କରିବାକୁ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ ବିଦ୍ୟୁତ ଆକଫ୨୦୦୩ର ଧାରା ୧୦୭ ପ୍ରକାରେ କେନ୍ଦ୍ରୀୟ ବିଦୁ୍ୟତ ନିୟାମକ ଆୟୋଗକୁ ଏ ସମ୍ବନ୍ଧରେ ନିଦେ୍ର୍ଧଶନାମା ଜାରି କରି ବିଦୁ୍ୟତ ପରିବହନ ଦେୟକୁ ଜାତୀୟ ବିଦୁ୍ୟତ ନିୟମ ୨୦୦୩ ଓ ଟାରିଫ ପଲିସି ଆଧାରରେ ସ୍ଥିର କରିବାକୁ ଅନୁରୋଧ କରିଛନ୍ତି । ଅନ୍ତଃରାଜ୍ୟ ସଂଚାରଣ ଶୁଳ୍କ କମ୍ କଲେ ବିଦୁ୍ୟତ ଦର ମଧ୍ୟ କମା ଯାଇପାରିବ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଜଣାଇଛନ୍ତି ।