ଚମ୍ପୁଆ : ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ଦିବସ ପାଳନ ଅବସରରେ ଜିଲ୍ଲା ଖଣିଜ ପାଣ୍ଠି ଓ ଆତ୍ମାକେନ୍ଦ୍ର ଆନୁକୁଲ୍ୟରେ ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଠାରେ ବ୍ଲକସ୍ତରୀୟ ପୁଷ୍ଟିଶସ୍ୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ପଦଯାତ୍ରା ସ୍ଥାନୀୟ ମହତାବ ଉଚ୍ଚ ବିଦ୍ୟାଳୟରୁ ବାହାରି ସହର ଏବଂ ଵିଭିନ୍ନ ଓ୍ଵାର୍ଡ ପରିକ୍ରମଣ କରିଥିଲା । ମହତାବ ହାଇସ୍କୁଲର ୫୦ରୁ ଉର୍ଦ୍ଧ୍ବ ଛାତ୍ର ପ୍ଲାକାର୍ଡ ଓ ଵିଭିନ୍ନ ସ୍ଲୋଗାନ ମାଧ୍ୟମରେ କୃଷକ ଓ ମରୁଡ଼ିର ଵନ୍ଧୁ ଏ ଶସ୍ୟ ମାଣ୍ଡିଆ ଉପରେ ଲୋକମାନଙ୍କୁ ସଚେତନ କରାଇଥିଲେ ।ଏକଦା ହୀନ ଦୃଷ୍ଟିର ଶୀକାର ହୋଇଥିବା ଏହି ମାଣ୍ଡିଆ ନାମକ ପୁଷ୍ଟିଶସ୍ୟ ଏବେ ସାଜିଲାଣି ସମସ୍ତଙ୍କ ମଉଡମଣି । ସ୍ଵାସ୍ଥ୍ୟଗତ, ଅର୍ଥନୈତିକ ଓ ପରିବେଶଗତ ଲାଭଦାୟୀ ଗୁଣଯୋଗୁ ଏବେ ଏହା ଏକ ଚତ୍ମକାରୀ ଶସ୍ୟରେ ପରିଣତ ହୋଇଥିବା କୁହାଯାଇଛି । କୁପୋଷଣ ଓ ଅପପୁଷ୍ଟି ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ଏ ଶସ୍ୟ ସେବନରେ । ଏହି ଅବସରରେ ଆଜି ବିଭାଗ କୃଷି ଚରଫରୁ ମାଣ୍ଡିଆରୁ ପ୍ରସ୍ତୁତ କାକରା,ମଣ୍ଡା,ଲଡୁ ଏବଂ ଖିରି ଆଦି ପ୍ରସ୍ତୁତ କରାଯାଇ ସାଧାରଣ ଜନତାଙ୍କୁ ବଣ୍ଟା ଯାଇଥିଲା । ଏହା ହେଉଛି ଭବିଷ୍ୟତର ଫସଲ ଲୋକମାନଙ୍କୁ ବୁଝା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବ୍ଲକ କୃଷି ଅଧିକାରୀ ନୀଳମାଧବ ଦାଶ,କୃଷି ଅଧିଦର୍ଷକ ଅଜିତ କୁମାର ସେଠୀ,ଗ୍ରାମ୍ୟ କୃଷି ଅଧିକାରୀ ସୁବଳ କୁମାର ଵାଗ ଓ ସୁଭାଶିଷ ନାଏକ,ଏଟିଏସ ସଞୟ କୁମାର ମହାନ୍ତ, ମହତାବ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲୋକନାଥ ଗୁଇଁ,ଶିକ୍ଷକ ଗିରିଶ ଚନ୍ଦ୍ର ପ୍ରଧାନ,ଶଙ୍କର୍ଷଣ ନାଏକ,ଶିଳଭଦ୍ର ମହାନ୍ତ ଓ ବସନ୍ତ ଗିରି ।