ଆନ୍ଧ୍ରରୁ ଫେରିଥିବା ପୋଲିସ ଟିମ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ

ବାଲିକୁଦା,୪ ।୬(ନି.ପ୍ର.): ନାବାଳିକାକୁ ଉଦ୍ଧାର କରିାବକୁ ଆନ୍ଧ୍ର ପ୍ରଦେଶ ଯାଇଥିବା ବାଲିକୁଦା ଥାନାର ଏକ ଟିମ ଏବେ ଟିଏମସି (ଅସ୍ଥାୟି ସ୍ୱାସ୍ଥ୍ୟ କେନ୍ଦ୍ର)ରେ । ଉକ୍ତ ଟିମ ଗତ ୩୧ ତାରିଖରେ ଏହି ନାବାଳୀକାକୁ ଉଦ୍ଧାର କରିବା ପାଇଁ ବାଲିକୁଦାରୁ ବାହାରିଥିବା ବେଳେ ସେଠାରେ ଗତ ୧ ତାରିଖରେ ପହଂଚି ସେଠାରୁ ଉଭୟ ନାବାଳିକା ଓ ଅପହରଣକାରୀଙ୍କୁ ଠାବ କରି ସେମାନଙ୍କୁ ସାଙ୍ଗରେ ଧରି ସେଠାରୁ ବାହାରି ଗତକାଲି ରାତିରେ ବାଲିକୁଦା ଥାନାରେ ପହଂଚିଥିଲା । ମାତ୍ର ବାହାର ରାଜ୍ୟକୁ ଯାଇଥିବାରୁ ଥାନା ଆଇଆଇସି ଆଉ ସେମାନଙ୍କୁ ଥାନା ଭିତରେ ପୁରାଇ ଦେଇ ନଥିଲେ । ବାଧ୍ୟ ହୋଇ ବାଲିସାହି ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଟିଏମସିରେ ସେମାନଙ୍କୁ ରହିବାକୁ ପଡିଥିଲା । ଆଜି ଏହି ପୁଲିସ କର୍ମଚାରୀଙ୍କ ସମେତ ଅପହୃତା ନାବାଳିକା, ଅପହରଣକାରୀ ଯୁବକ ଓ ନାବାଳିକାର ବାପାଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛିା ମାତ୍ର ଉକ୍ତ ଘଟଣାରେ ଜଣେ ଏଏସଆଇ ତଦନ୍ତ ଅଧିକାରି ଥିବା ବେଳେ ଅନ୍ୟ ଜଣେ ପୋଲିସ ଏସଆଇଙ୍କୁ ଉକ୍ତ ମାମଲାରେ ବାହାର ରାଜ୍ୟକୁ କାହିଁକି ପଠା ଯାଇଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ ଗତ ୩ ମାସ ତଳେ କୃଷ୍ଣଦାସପୁର ପଂଚାୟତ ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକାଙ୍କୁ ମନୋରଞ୍ଜନ ବେହେରା ନାମକ ଯୁବକ ଅପହରଣ କରି ନେଇଥିବା ନାବାଳିକାଙ୍କ ବାପା ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.

1 × two =