ଆବାସରୁ ବଂଚିତ ଭିନ୍ନକ୍ଷମ ଜମ୍ବୁ ନାଏକ

ଚମ୍ପୁଆ : ରାଜ୍ୟସରକାର ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ଅଗ୍ରାଧିକାର ଭିତିରେ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ ପାଇଁ ବହୁ ବିଧ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାତ୍ର ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକର ଜାମୁଦଲକ ପଂଚାୟତର ମଙ୍ଗଳପୁର ଗ୍ରାମର ଜମ୍ବୁ ନାଏକଙ୍କ କ୍ଷେତ୍ରରେ । ବାରମ୍ବାର ଆବାସ ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆବାସ ତାଙ୍କ ପାଇଁ ସପନ ପାଲଟି ଯାଇଛି । ଭିନ୍ନକ୍ଷମ ପାଇଁ ସରକାରୀ ସ୍ତରରେ ତାଙ୍କୁ ଭିନ୍ନକ୍ଷମର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ସତ ହେଲେ ଯୋଜନାରେ ସାମିଲ ବେଳକୁ ପ୍ରଶାସନର ନଜର ତାଙ୍କ ଉପରେ ପଡିପାରୁ ନାହିଁ । ସୂଚନା ଅନୁସାରେ ମଙ୍ଗଳପୁର ଗ୍ରାମର ପଦ୍ମଚରଣ ନାଏକଙ୍କ ପତ୍ନୀ ଜମ୍ବୁ ନାଏକ ୨୦୧୩ ମସିହାରେ ହଠାତ ଉଭୟ ଗୋଡରେ କଷ୍ଟ ଅନୁଭବ କଲେ । ଆର୍ଥିକ ଅନଗ୍ରସର ପଦ୍ମ ନାଏକ ତାଙ୍କ ନିକଟରେ ଥିବା ସମ୍ଵଳରେ ଜମ୍ବୁର ଚିକିତ୍ସା କରିଥିଲେ । ମାତ୍ର ଏହାର ଫଳାଫଳ ଓଟଲା ହେବାକୁ ଲାଗିଲା । ଧିରେ ଧିରେ ଦୁଇ ଗୋଡ ଓ ଦୁଇ ହାତ ବଙ୍କା ହୋଇଯିବାରୁ ସେ ଭିନ୍ନକ୍ଷମ ପାଲଟି ଯାଇଥିଲେ । ଏପରିକି ପରିବାର ଦାୟିତ୍ୱ ତୁଲାଉଥିବା ଜମ୍ବୁ ନାଏକ ପରିବାର ତ ଦୂରର କଥା ନିଜ ନିତ୍ୟକର୍ମ ମଧ୍ୟ କରିବା ପାଇଁ ଅସମ୍ଭବ ହୋଇପଡିଛି । ଫଳରେ ଚେୟାରରେ ବସି ଦିନକାଟୁଥିବା ଏହି ଜମ୍ବୁ ନାଏକ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନ ପାଇଁ ତିନି ତିନି ଥର ଆବେଦନ କରିଥିଲେ ମଧ୍ୟ ଯୋଗ୍ୟହିତାଧିକାରୀଙ୍କ ଲିଷ୍ଟରେ ତାଙ୍କ ନାମ ରହୁନଥିବା ପରିତାପର ବିଷୟ ପାଲଟିଛି ।  ଭିନ୍ନକ୍ଷମ ହେତୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରୁନଥିବା ଜମ୍ବୁ ନାଏକ ଏକ ତିନି ଚକିଆ ସାଇକେଲ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି । ସୂଚନା ଯୋଗ୍ୟ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟ ବଢିଚାଲିଥିବା ବେଳେ ଜମ୍ବୁ ନାଏକ ଭଳି ଯୋଗ୍ୟ ହିତାଧିକାରୀ ମାନେ କିପରି ବାଦ ପଡୁଛନ୍ତି, ତାହା ପରିତାପର ବିଷୟ ପାଲଟିଛି । ଏ ନେଇ ଜାମୁଦଲକ ପଂଚାୟତ ନିର୍ବାହୀ ଅଧିକାରୀ ରୀନା ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି ଯେ ଆମ୍ଭେ ଅଳ୍ପ ଦିନ ହେବ ଏହି ପଂଚାୟତରେ ଯୋଗ ଦେଇଛି । ବର୍ଷେ ପୂର୍ବରୁ ଏହାର ଲିଷ୍ଟ ପ୍ରଦାନ କରାଯାଇଥିଲା । ହେଲେ ମୁଁ ଏ ବିଷୟରେ ଚମ୍ପୁଆ ବି.ଡି.ଓ. ଙ୍କ ଦୃଷ୍ଟି ଆକର୍ଷଣ କରିବି । 

Leave A Reply

Your email address will not be published.

seventeen + 10 =