‘ଆମ୍ଫନ’ର ତାଣ୍ଡବ : ଶହ ଶହ ଏକର ଜଙ୍ଗଲ ନଷ୍ଟ

ଅସ୍ତରଙ୍ଗ: ଗତ ବୁଧବାର ଦିନ ହୋଇଥିବା ଆମ୍ପନର ତାଣ୍ଡବଲୀଳରେ ଅସ୍ତରଙ୍ଗର ଜାହାନିଆଁ ଉପକୂଳର ୨୫ କି.ମି. ବ୍ୟାପି ଝାଉଁ, କାଜୁ ଓ ଲୁଣା ଜଙ୍ଗଲର ବ୍ୟାପକ କ୍ଷତି ଘଟିଅଛି । ଖାଲି ସେତିକି ନୁହେଁ ଆମ୍ଫନ ଦ୍ୱାରା ମଧ୍ୟ ଏହି ଅଂଚଳରେ ଥିବା ଶହଶହ ପାନ ବରଜ, ନଡିଆ ଓ ତାଳଗଛ ଶହ ବିଦ୍ୟୁତ୍ ଖୁଂଟ ଧରାଶ୍ରାୟୀ ହୋଇପଡିଥିବା ବେଳେ, ଚାଳ ଛପର ତଥା କଚ୍ଚାଘର କେତେକାଂଶରେ କ୍ଷତିଗ୍ରସ୍ଥ ହୋଇଥିବା ଜଣାପଡିଅଛି ।ଏଠାରେ ପ୍ରକାଶ ଯୋଗ୍ୟ ଯେ, ୨୦୧୯ ମେ ୨ ତାରିଖ ଦିନ ଏହି ଉପକୂଳରେ ତାଣ୍ଡବ ରଚିଥିଲା । ଏହାର ପ୍ରଭାବରେ ବହୁ ଧନଜୀବନ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ସରକାରୀ ସାହାଯ୍ୟ ମଧ୍ୟ ଲୋକଙ୍କ ପାଖରେ ପହଁଚି ପାରିଥିଲା । ଏହି ଉପକୂଳବାସୀ ସେମାନଙ୍କର ଅଂଟାକୁ ଏହି ବର୍ଷକ ମଧ୍ୟରେ ସଳଖୁ ଥିବାବେଳେ ୨୦୨୦ ମସିହା ମେ ମାସ ୨୦ ତାରିଖରେ ପୁଣି ଏକ ମହାବାତ୍ୟା ଦେଖାଦେଇଥିଲା ଜାହାନିଆଁ ଉପକୂଳରେ । ଏହି ମହାବାତ୍ୟାରେ ଉପକୂଳରେ ସମ୍ଭାବ୍ୟ ବାତ୍ୟାକୁ ପ୍ରତିରୋଧ କରିବା ପାଇଁ ସୃଷ୍ଟି ହୋଇଥିବା ପ୍ରକୃତିକ ଓ କୃତ୍ରିମ ଲୁଣା ଜଙ୍ଗଲ ପ୍ରାୟ ଧ୍ୱଂସ ପାଇଥିବା ବେଳେ ବହୁ କଚ୍ଚା ଘର, ତାଳ, ନଡିଆ ଓ ପାନ ବରଜ ମଧ୍ୟ ମାଟିରେ ଲୋଟି ପଡିଅଛି । ବାତ୍ୟା ଦ୍ୱାରା ସାମୁଦ୍ରୀକ ଜୁଆର ଉଠିବାରୁ ଛୁରିଆନା, ନଗର, କୋରଣା ଆଦି ପଂଚାୟତରେ କେତକ ଗାଁରେ ଲୁଣାଜଳ ପ୍ରବେଶ ମଧ୍ୟ କରିଥିବା ଦେଖିବାକୁ ମିଳିଅଛି । ଯେଉଁସବୁ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା ତାହାକୁ ଗ୍ରାମ ଉନ୍ନୟନ ବିଭାଗ ପୂର୍ତ ଓ ଗୃହ ନିର୍ମାଣ ବିଭାଗଙ୍କ ସମେତ ଏନ.ଡି.ଆର.ଏଫ୍. ଟିମ୍ ଦମକଳ ବାହୀନି ପ୍ରଭୃତି ସଫା କରିଥିବା ବେଳେ ବାତ୍ୟାର ପ୍ରକୋପ କମିବା ପରେ ତହସିଲଦାର ରାଜଲକ୍ଷ୍ମୀ ନାୟକ, ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ ଓ ଗୋÂୀ ଉନ୍ନୟନ ଅଧିକାରୀ ପ୍ରମୁଖ କ୍ଷତିଗ୍ରସ୍ଥ ଅଂଚଳ ବୁଲି ସ୍ଥିତି ପରିଖି ଆଗାମୀ ଦିନରେ ଆଇନ ମୁତାବକ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଗଲା ଫନି ବାତ୍ୟାରେ ଉଜୁଡି ପଡିଥିବା ଲୋକଙ୍କର ଚାଳ ଘର ଓ ପାନବରଜ ଆଦି କ୍ଷତିଗ୍ରସ୍ଥ ହୋଇଥିଲେ ମଧ୍ୟ ବର୍ଷେ ବିତିଯାଇଥିଲେବି କ୍ଷତିଗ୍ରସ୍ଥ ଲୋକମାନେ ସେମାନଙ୍କର ଟଙ୍କା ପାଇବା ପାଇଁ ହକ୍ ରହିଥିଲେ ବି ତହସିଲ କର୍ତୃପକ୍ଷ ଉକ୍ତ ଟଙ୍କାକୁ ଅଦ୍ୟାବଧି ସରକାରୀ ତାଲିକା ଭୁକ୍ତ କ୍ଷତିଗ୍ରସ୍ଥକାରୀଙ୍କୁ ପ୍ରଦାନ କରିନଥିବାରୁ ତାହା ପ୍ରପୀଡ଼ିତ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଅଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ନିୟମ ମୁତାବକ ଫନି ଓ ଆମ୍ପାନ କ୍ଷତିଗ୍ରସ୍ଥ ଜନତାଙ୍କୁ ଯଥାବିଧି ସାହାଯ୍ୟ ଯୋଗାଇ ଦେବା ପାଇଁ ଜନସାଧାରଣଙ୍କ ତରଫରୁ ନିବେଦନ କରାଯାଇଅଛି ଓ ଫନିରେ ଯେଉଁ ୨୦୦୦ ଗୁହାଳ ଭାଙ୍ଗିଥିଲା ସେ ଅର୍ଥ କ୍ଷତିଗ୍ରସ୍ଥକାରୀଙ୍କୁ ତହସିଲ କର୍ତୃପକ୍ଷ ଦେବାର ଥିଲେ ମଧ୍ୟ ଫନି ଓ ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ଥ ହିତାଧିକାରୀଙ୍କୁ ପ୍ରଦାନ ପାଇଁ ପ୍ରପୀଡିତଙ୍କ ଦାବି ହେଉଛି ।

Leave A Reply

Your email address will not be published.

ten − ten =