ଆରପାରିରେ ମୟୂରଭଞ୍ଜ ରାଜମାତା

ବାରିପଦା – ମୟରଭଞ୍ଜ ରଜମାତା ଶ୍ରୀମତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡିଆ ରାଜପ୍ରସାଦରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହଙ୍କ କନ୍ୟା । ସେ ୧୯୨୮ ମସିହା ଫେବୃଆରୀ ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୨ ମସିହାରେ ସେ ମୟୁରଭଞ୍ଜ ମହାରାଜ ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ମହାରାଣୀ ହୋଇଥିଲେ । ସେହିପରି ସେ ଥିଲେ ମୟୁରଭଞ୍ଜର ବର୍ତମାନର ମହାରାଜା ତଥା ମୋରୋଡା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିବା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କର ମା’ । ସୂଚନା ଅନୁସାରେ , ରବିବାର ରାଜମାତା ସୁସ୍ଥ ଥିଲେ । ସକାଳ ଜଳଖିଆ ସହ ମଧ୍ୟାନ ଭୋଜନ ଠିକ୍ଠାକ୍ କରିଥିଲେ । ପ୍ରତିଦିନ ଭଳି ରାତ୍ରି ଭୋଜନ ବି କରିଥିଲେ । ତେବେ ଶୋଇଥିବା ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ପ୍ରବୀଣ ଭଞ୍ଜଦେଓ ଗତକାଲି କୋଲକାତାରେ ଥିବା ବେଳେ ରାତିରେ ରାଜବାଟୀକୁ ଫେରି ଆସିଥିଲେ । ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ । ସେ ମୟୁରଭଞ୍ଜ ପ୍ରସିଦ୍ଧ ଛଉ ନୃତ୍ୟ ଓ କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.

13 − nine =