ଆରମ୍ଭରୁ ଅଚଳ

ଭୁବନେଶ୍ୱର: ବିଧାନସଭାର ଷଷ୍ଠ ତଥା ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ହଙ୍ଗାମା ଯୋଗୁଁ ବିଧାନସଭା ପ୍ରଥମ ଦିନରୁ ଅଚଳ ହୋଇପଡିଛି । ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କର ଅଭିଭାଷଣ ଆରମ୍ଭରୁ କଂଗ୍ରେସ ହଟଗୋଳ କରି କକ୍ଷତ୍ୟାଗ କରିଥିଲା ବେଳେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ମାତ୍ରେ ବିଜେପି ସଦସ୍ୟମାନେ ହଟଗୋଳ କରି ବିଭିନ୍ନ ଧ୍ୱନୀ ମାନ ଦେଇଥିଲେ । ଫଳରେ ଗୃହର ବାତାବରଣ ଅଶାନ୍ତ ହୋଇପଡିଥିଲା । ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ ୧୦ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ । କୋଟିଆ ପ୍ରସଙ୍ଗ ସହ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ରାଜ୍ୟରେ ଆଇନ୍ଶୃଙ୍ଖଳା ବିପର୍ଯ୍ୟସ୍ଥ ସ୍ଥିତିକୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ବିଜେପି ସଦସ୍ୟମାନେ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ପରେ ଧାନ ମଣ୍ଡି ଅବବ୍ୟସ୍ଥା ନେଇ ଗୃହରେ ହଟଗୋଳ କରିଥିଲେ । ଧାନମଣ୍ଡି ଅବ୍ୟବସ୍ଥା, କୋଟିଆ ବିବାଦ ଓ ରାଜ୍ୟର ଆଇନ୍ଶୃଙ୍ଖଳା ସ୍ଥିତି ନେଇ ରାଜ୍ୟପାଳଙ୍କ ଅଭିଭାଷଣରେ କିଛି ନଥିବାରୁ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ।

Leave A Reply

Your email address will not be published.

five × 1 =