ଆର୍ଥିକ ସୁବିଧା ଦାବି କଲେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି

ଭୁବନେଶ୍ୱର: ଲକ୍ଡ଼ାଉନ ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଛଟେଇ ହେବ ନାହିଁ ଏବଂ ଲକ୍ଡ଼ାଉନ୍ ଅସୁବିଧା ଯୋଗୁଁ କୌଣସି କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇ ନପାରିଲେ ଦରମା କାଟ ହେବନାହିଁ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ନିକଟ ଭବିଷ୍ୟତରେ କରୋନା ଆତଙ୍କରୁ ମୁକ୍ତି ସମ୍ଭାବନା କ୍ଷୀଣ । ସାମାଜିକ, ଆର୍ଥିକ ଓ ସାଂସ୍କୃତିକ କ୍ଷେତ୍ର ଭୁଷୁଡ଼ି ପଡ଼ିଛି । ଜନସାଧାରଣ ଓ କର୍ମଚାରୀମାନେ ତଳିତଳାନ୍ତ ହେଲେଣି । ନିମ୍ନ ଆୟକାରୀ ଗୋଷ୍ଠୀ ବଞ୍ଚବା ପାଇଁ ସଂଘର୍ଷ କରୁଛନ୍ତି । କରୋନା ପୂର୍ବ ଅବସ୍ଥାକୁ ସରକାରୀ କଳ ଫେରିଆସି ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ, କର୍ମଚାରୀମାନେ ହିଁ ଏ କାର୍ଯ୍ୟ କରିବେ ।ଏ ଦୃଷ୍ଟିରୁ କର୍ମଚାରୀମାନଙ୍କ ଆର୍ଥିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ସରକାର ସଚେତନ ରହିବା ଆବଶ୍ୟକ । ସରକାରୀ କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଉତ୍ପନ୍ନ ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ମ·ରୀମାନଙ୍କ କ୍ଷେତ୍ରରେ ଅଧିକ ସଙ୍କଟ ସୃଷ୍ଟି ନକରିବା ଓ ଏହି ପରିସ୍ଥିତିରେ ପ୍ରତ୍ୟାହୃତ ଆର୍ଥିକ ଓ ଅଣଆର୍ଥିକ ସୁବିଧାକୁ ପୁନଃ ପ୍ରଚଳନ କରିବା ପାଇଁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ବୟୋଜ୍ୟେଷ୍ଠ ନେତୃତ୍ୱ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମଲ୍ଲ, ଅଧ୍ୟକ୍ଷ ଭବାନୀ ମୋହନ ପଟ୍ଟନାୟକ, ମହାସଚିବ ଶୁଭେନ୍ଦୁ କୁମାର ରାଉତରାୟ, ସାଧାରଣ ସଚିବ (ମୁଖ୍ୟାଳୟ) ହୃଷିକେଶ ମହାପାତ୍ର, ସାଧାରଣ ସମ୍ପାଦକ (ଅର୍ଥ) ହିମାଂଶୁ ଭୂଷଣ ସୁବୁଦ୍ଧି, କାର୍ଯ୍ୟକାରୀ ସଦସ୍ୟ ପ୍ରଫୁଲ୍ଲ ନାୟକ, ମହିଳା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ନାୟକ, ଉପସଭାନେତ୍ରୀ ନିର୍ମଳା ଧଳ, ନିଗମ କର୍ମଚାରୀ ମହାସଂଘର ଅର୍ଥ ସମ୍ପାଦକ ପ୍ରଭାତ ପରିଡ଼ା ପ୍ରମୁଖ ନିବେଦନ କରିଛନ୍ତି ।

Leave A Reply

Your email address will not be published.

14 + twelve =