ଭୁବନେଶ୍ୱର,୫ ।୦୬(ନି.ପ୍ର.): ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ଦିଆଯିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି । କେନ୍ଦ୍ର କ୍ୟାବିନେଟ ଗତକାଲି ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ଦେବା ପରେ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଇଥିବା ବୟାନ ପରୋକ୍ଷରେ ରାଜ୍ୟ ସରକାରଙ୍କ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛି ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ସିଧାସଳଖ କିଛି କହିନଥିଲେ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ·ଷୀର ସ୍ୱାର୍ଥ ରହିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଖାଉଟିଙ୍କ ଉପରେ ବୋଝ ପଡ଼ିବ ବୋଲି କୁହାଯାଉଛି । କର୍ପୋରେଟ କମ୍ପାନୀର ବଜାର ପ୍ରବେଶ ସହଜ ହେବ । ଦରଦାମ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ ନାହିଁ । ନିଷ୍ପତି ନେଇ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । କେନ୍ଦ୍ର ସରକାରଙ୍କଠୁ ସମ୍ପୂର୍ଣ୍ଣ ତଥ୍ୟ ଆସିବା ପରେ ଚୂନାନ୍ତ ନିଷ୍ପତି ନିଆଯିବ । ସେହିପରି କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ବିରୋଧ କରି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ଏଭଳି ନିଷ୍ପତିରୁ କେବଳ ବେପାରୀ ଲାଭ ପାଇବେ । ଦର ବୃଦ୍ଧି ପାଇବ । ଖାଉଟି ହନ୍ତସନ୍ତ ହେବେ । ଆଳୁ ପିଆଜରେ ହିଁ ଗରିବ ବଂଚେ । ଦିନକ ଭିତରେ ଆଳୁ ଓ ପିଆଜ ୫ ଟଙ୍କା ବଢ଼ିଲାଣି ।