କେନ୍ଦ୍ରାପଡା: କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ ଓ ପିଆଜକୁ ବାଦ ଦେବା ପରେ ଏହାର ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବା ଦେଖାଯାଇଛି । ବର୍ତ୍ତମାନ ବଜାରରେ ଆଳୁ କିଲୋ ପ୍ରତି ୩୫ଟଙ୍କା ଦରରେ ବିକ୍ରୀ କରାଯାଉଥିବା ବେଳେ ପିଆଜର କିଲୋ ପ୍ରତି ଦର ୩୦ଟଙ୍କାରେ ପହଁଚିଛି । ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ପଡିଥିବାରୁ ଜିଲ୍ଲା ପ୍ରଶାସନର ଏହା ଉପରେ କୈାଣସି ନିୟନ୍ତ୍ରଣ ରହୁନଥିବା ଯୋଗୁଁ ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ହେଉଥିବା ଅଭିଯୋଗ ହୋଇଛି ।