ଆହତଙ୍କ ଚିକିତ୍ସା ପୂର୍ବରୁ କୋଭିଡ ପରୀକ୍ଷା ଯୋଗୁ ଅସନ୍ତୋଷ

ଭୁବନେଶ୍ୱର: କରୋନା ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସା ସମସ୍ୟା ପାଲଟିଛି । ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଗୁରୁତର ରୋଗୀ ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି । କ୍ୟାପିଟାଲ ହସ୍ପିଟାଲରେ ଦୁର୍ଘଟଣାର ଶିକାର ହୋଇ ଆସିଥିବା ଜଣେ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଦେବା ପରିବର୍ତେ ତାଙ୍କର କୋଭିଡ ପରୀକ୍ଷା କରାଯିବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପିସିଆର କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲା । ଦେହସାରା ରକ୍ତ ଜୁଡ଼ୁବୁଡ଼ୁ ହୋଇଥିଲେ ହେଁ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରିବର୍ତେ ତାଙ୍କର କୋଭିଡ ପରୀକ୍ଷା କରିବା ଲାଗି କୁହାଯାଇଥିଲା । ଏହାକୁ ନେଇ ତାଙ୍କ ସଂପର୍କୀୟ କ୍ଷୋଭ ପ୍ରକାଶ କରିଥିଲେ । ଆହତଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ତାଙ୍କ କଥାକୁ ହସ୍ପିଟାଲରେ କେହି ଶୁଣି ନଥିଲେ । ହସ୍ପିଟାଲ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ତାଙ୍କର ଡ୍ରେସିଂ କରାଯାଇଥିଲା । ପରେ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ଆହତଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ କୋଭିହ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲ କର୍ତୃପକ୍ଷଙ୍କ କହିବା
କଥା, କରୋନା ସମୟରେ ରୋଗୀ ସେବା ବେଶ୍ କଷ୍ଟକର ହେଉଛି । କାଜୁଆଲ୍ଟିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପ୍ରାୟ ସମସ୍ତ ରୋଗୀଙ୍କ କୋଭିଡ ପରୀକ୍ଷା କରାଯାଉଛି ।
ତେବେ ଗୁରୁତର ରୋଗୀଙ୍କ ଚିକିତ୍ସା କରାଯିବା ପରେ ହିଁ ସେମାନଙ୍କ କରୋନା ପରୀକ୍ଷା ହେଉଥିବା କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

18 − 16 =