ଇଂଜିନିୟର ଦିବସକୁ ଅନ୍-ଲାଇନରେ ପାଳନ

ଭୁବନେଶ୍ୱର: ବର୍ତମାନ ସାରା ପୃଥିବୀରେ କରୋନା କାୟା ବିସ୍ତାର କରିଥିବାବେଳେ ପୂର୍ବତଟ ରେଳ ଇଂଜିନିୟର ସଂଘ ଭାରତ ରତ୍ନ ଇଂ.ଏମ୍.ଇ ଶ୍ୱେଶ୍ୱରାୟାଙ୍କ ଜନ୍ମଦିବସ ତଥା ଇଂଜିନିୟର ଦିବସକୁ ଅନ୍-ଲାଇନ୍ରେ ପାଳନ କରିଥିଲା । କରୋନା ସମୟରେ ପୂର୍ବତଟ ରେଳ ଇଂଜିନିୟରମାନଙ୍କର ଭୂବିକାକୁ ନେଇ ଏକ ୱେବିନାର ଅନୁଷ୍ଠିତ ହୋଇଥିଲା ।
ପ୍ରାରମ୍ଭରେ ସଂଘର ସଂପାଦକ ଇଂ.ବିଷ୍ଣୁ ପ୍ରସାଦ ଦାଶ ସମସ୍ତ ଅତିଥି ଓ ସଭ୍ୟମାନଙ୍କୁ ସ୍ୱାଗତ କରିବା ପରେ ଏକ ଭିଡିଓ ଜରିଆରେ ବିଶ୍ୱଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆହୋଇଥିଲା । ଏହାପରେ ଇଂଭୂମିକାକୁ ଉପସ୍ଥାପିତ କରିଥିଲେ । ମୁଖ୍ୟ ଅତିଥି ରୂବେ ଯୋଗ ଦେଇ ପୂର୍ବତଟ ରେଳ ଜୋନ୍ର ଉପ-ମହାପ୍ରବନ୍ଧକ ଇଂ.ସୁଧିର କୁମାର ରେଳ ଇଂଜିନିୟରମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । କୌଣସି ନିରାପତା କାର୍ଯ୍ୟରେ ଅବହେଳା ନକରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀୟ ଅତିଥି ରୂପେ ସିଗନାଲ୍ ଓ ଟେଲି ବିଭାଗର ମୁଖ୍ୟ ଇଂ.ଶ୍ରୀମତୀ ଏସ୍.ମାଙ୍ଗା ଇଂଜିନିୟରମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ । ସିଭିଲ ଇଂଜିନିୟରିଂ ବିଭାଗର ମୁଖ୍ୟ ଇଂ.ଏନ୍.ଏସ୍. ୟୁକେ ନିରାପତା କାର୍ଯ୍ୟର ରକ୍ଷଣାବେକ୍ଷଣ ପାଇଁ ଉଦ୍ଧିଷ୍ଟ ସମୟସୀମାକୁ କମ୍ ନକରିବାପାଇଁ ପରାମର୍ଶ ଦେଇଥିଲେ । ରେଳ ଇଂଜିନିୟରମାନଙ୍କ ପାଇଁ ଅଲଗା ବିଶ୍ରାମ ଗୃହ ପାଇଁ ରେଳବାଇ ବୋର୍ଡ ଦେଇଥିବା ପରାମର୍ଶକୁ କାର୍ଯ୍ୟକାରୀ କରିବାପାଇଁ ସମର୍ଥ ଦର୍ଶାଇଥିଲେ । ଏହାପରେ ବ୍ରିଜ୍ ବିଭାଗର ମୁଖ୍ୟ ଇଂ.ଡି.ପି ଲାଲ୍ ସମସ୍ତ ଇଂଜିନିୟର ମାନଙ୍କୁ କାର୍ଯ୍ୟ ସମୟରେ କରୋନା ନହେବାପାଇଁ ସମସ୍ତ କଟକଣାକୁ ଠିକ୍ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସଂପାଦକ ଇଂ. ମିଶ୍ର ଜୋନାଲ ସ୍ତରରେ ଇଂଜିନିୟରମାନେ ଭୋଗୁଥିବା ୪ଟି ସମସ୍ୟା ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ, ଯଥା- କାର୍ଯ୍ୟସ୍ଥଳୀକୁ ଯିବାପାଇଁ ଗମନା ଗମନ ସୁବିଧା, ରେଳ ଇଂଜିନିୟରମାନଙ୍କ ନିମନ୍ତେ ନିର୍ଦ୍ଧିଷ୍ଟ ବିଶ୍ରାମ ଗୃହ, କାର୍ଯ୍ୟରେ ସମାଜ-ବିରୋଧିଙ୍କ ହସ୍ତକ୍ଷେପକୁ ବନ୍ଦ କରିବା ଇତ୍ୟାଦି । କାର୍ଯ୍ୟ କରୁଥିବା ବେଳେ ଇଂଜିନିୟରମାନେ କୋଭିଡରେ ଆକ୍ରାନ୍ତ ହୋଇ ଶହୀଦ ହେଉଥିବା ପରିବାରକୁ ସଂଘକୁ ମାନ୍ୟତା ଦେବା, ସମସ୍ତଙ୍କୁ ଗ୍ରୁପ୍-ବି ପାହ୍ୟା ଦେବା ଓ ଡିଗ୍ରୀ ଇଂଜିନିୟରମାନଙ୍କର ବନ୍ଦ କରିବାପାଇଁ ଦାବୀ କରିଥିଲେ । ୨୭୫ରୁ ଉଦ୍ଧ୍ୱର୍ ଇଂଜିନିୟର ଏହି ୱେବିନାରରେ ଯୋଗ ଦେଇଥିଲେ । ଏହି ଇଂଜିନିୟର ଦିବସରେ ସକାଳେ ମଂଚେଶ୍ୱର ଠାରେ ସଂଘ ପକ୍ଷରୁ କୋଭିଡ ସମସ୍ତ କଟକଣାକୁ ପାଳନ କରି ବୃକ୍ଷାରୋପଣ କରାଯାଇଥିଲା । ପୂର୍ବତଟ ରେଳ ଜୋନ୍ର ମହାପ୍ରବନ୍ଧକ ଇଂ.ବିଦ୍ୟାଭୂଷଣ ଏକ ବାର୍ତା ଦ୍ୱାରା ଲକ୍ଡାଉନ୍ ସମୟରେ ରେଳ ଇଂଜିନିୟରମାନଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । କୋଭିଡ ସମୟରେ ନୂତନ ଭାବନା ଦ୍ୱାରା ପ୍ରୟୋଗ ବିଜ୍ଞାନ ସୃଷ୍ଟି କରି ସମାଜର କଲ୍ୟାଣ କରିବାପାଇଁ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.

3 × 4 =