ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଢ଼ମିଲୋ ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଯୁବକ ଚିହ୍ନଟ ହୋଇଛନ୍ତି । ସେ କଟକ ଚୌଦ୍ୱାର ଅଂଚଳସ୍ଥିତ ଏକ ଘରୋଇ କମ୍ପାନିରେ ଜଣେ କାର୍ଯ୍ୟରତ ଇଂଜିନିୟର ବୋଲି ସୂଚନା ମିଳିଛି । କିଛି ଦିନ ହେଲା ସେ ଥଣ୍ଡା ଜ୍ଜରରେ ପୀଡ଼ିତ ଥିବାରୁ ଗତକାଲି ସେ ନିଜ ପକ୍ଷରୁ ଏକ ଘରୋଇ ହସ୍ପିଟାଲରେ ସ୍ୱାବ୍ ନମୁନା ପରୀକ୍ଷା କରାଇଥିଲେ । ସ୍ୱାବ୍ ପରୀକ୍ଷା ରିପୋର୍ଟ ପଜିଟିଭ ବୋଲି ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲ୍ରେ ଭର୍ତି କରାଯାଇଛି । ତେଣୁ ତାଙ୍କ ପରିବାରକୁ ଗୃହ ସଙ୍ଗେରୋଧରେ ରହିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।