ଇଟାଭାଟିକୁ ନେଇ ତେଜୁଛିି ଅସନ୍ତୋଷ

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳା ଗ୍ରାମପଂଚାୟତ ସାନଲହଙ୍ଗା ଗ୍ରାମର ନୀଳମଣି ସୂତାର ଦୀର୍ଘ ଚାରି ବର୍ଷ ଧରି ଜନବସତି ମଧ୍ୟରେ ଇଟା ପକାଇବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଯାହା ଫଳରେ ଇଟା ଭାଟିରୁ ବାହୁରୁଥିବା ବିଷାକ୍ତ ଧୂଆଁରେ ସ୍ଥାନୀୟ ଜନସାଧାରଣ ରହି ପାରୁନାହାଁନ୍ତି । ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଧୂଆଁ ଜନଜୀବନକୁ ଅସ୍ତବ୍ୟକ୍ତ କରିପକାଉଛି । ସେହିପରି କରୋନା କଟକଣା ସମୟରେ ଜନବସତି ମଧ୍ୟରେ ଏପରି ବେପରୁଆ ଭାବେ ଇଟା ପକାଇ ସ୍ଥାନୀୟ ବାସିନ୍ଦାଙ୍କୁ ହଇରାଣ କରିବାକୁ ନେଇ ଅସନ୍ତୋଷ ବଢ଼ୁଛି । ସେହିପରି ଇଟଶଭାଟିରୁ ଦିନରାତି ଧୂଆଁ ବାହାରିବା ଫଳରେ ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କୁ ଇଟା ନପକାଇବାକୁ ବାରଣ କରାଗଲେ ମଧ୍ୟ ସେ ଏହାକୁ ଭୃକ୍ଷେପ କରୁନଥିବାର ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ରବିନ୍ଦ୍ର ନାଥ ରାଉତଙ୍କ ବୃଦ୍ଧା ମା ଧୂଆଁରେ ରାତିସାରା ଶୋଇନପାରି ବାନ୍ତିକରି ଅସୁସ୍ଥ ହୋଇପଡିଛନ୍ତି । ସେହିପରି ଅମୀୟ ସେନାପତିଙ୍କର ବୃଦ୍ଧ ବାପା ଓ ମା ବିଷାକ୍ତ ଧୂଆଁରେ ରାତିସାରା ଶୋଇ ନପାରି ଅସୁସ୍ଥ ହୋଇପଡିଛନ୍ତି । ଏ ସଂପର୍କରେ ସ୍ଥାନୀୟ ଲୋକେ ଆଜି ତହସିଲଦାରଙ୍କୁ ଅଭିଯୋଗ କରିଥିବାର ଜଣାପଡିଛି ।

Leave A Reply

Your email address will not be published.

19 + ten =