ପାରାଦୀପ : ସମଗ୍ର ଦେଶରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ଏସିଆ ମହାଦେଶର ସର୍ବ ବୃହତ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦୀପ ୟୁନିଟ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ଦିନ ମହା ସମାରୋହରେ ପାଳିତ ହୋଇଯାଇଛି l ଏଥିରେ ଇଫକୋ ପାରାଦୀପ ୟୁନିଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ କେ.ଜେ.ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ପରେ ଇଫକୋର ସୁରକ୍ଷା କର୍ମୀ, ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଏବଂ ଏନସିସି କ୍ୟାଡେଟ ମାନଙ୍କ ଦ୍ୱାରା ଆୟୋଜିତ ଚିତାକର୍ଷକ ପ୍ୟାରେଡ଼ରେ ମୁଖ୍ୟ ଅତିଥି ଶ୍ରୀ ପଟେଲ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରରେ ଶ୍ରୀ ପଟେଲ ତାଙ୍କ ଅଭିଭାଷଣରେ ପାରାଦୀପ ଇଫକୋ ଏକ ମିନି ଇଣ୍ଡିଆ ପରି ଅବସ୍ଥାପିତ ଏବଂ ବିଭିନ୍ନ ଭାଷାଭାଷୀ ଓ ଧର୍ମାବଲମ୍ବୀ ବସବାସ କରି ନିଜ ଭିତରେ ସୁସମ୍ପର୍କ ଏବଂ ଭାଇଚାରା ବଜାୟୀ ରଖି ଇଫକୋର ଅଗ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଥିଲେ l ଏହି ଦିବସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଟେଲ ପୁରସ୍କୃତ କରିଥିଲେ l ଶେଷରେ ଇଫକୋ ପରିବାର ପକ୍ଷରୁ ଆୟୋଜିତ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ଇଫକୋ ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ସଫଳତାର ସହ ସୁପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଇଫକୋ ଅନ୍ତେବାସୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିବାର ଦେଖିବାକୁ ମିଳିଥିଲା l