ଇଫକୋ ପାରାଦୀପ ୟୁନିଟରେ ଐତିହାସିକ ତୃତୀୟ ସଲଫୁରିକ ଏସିଡ ପ୍ଲାଣ୍ଟ ପ୍ରତିଷ୍ଠା

ପାରାଦୀପ : ସାରା ଦେଶ ଓ ରାଜ୍ୟରେ କୃଷି ଓ କୃଷକର ଉନ୍ନତିରେ ଇଫକୋର ଗୁରୁତ୍ୱପୂର୍ଣ୍ଣ ସହଯୋଗ ଓ ଭୂମିକା ରହିଆସିଛି l ଦେଶରେ ସାର ଉତ୍ପାଦନ କ୍ଷେତ୍ରରେ କେବଳ ପାରାଦୀପ ୟୁନିଟରୁ ଇଫକୋର ୧୪ ପ୍ରତିଶତ ସାର ଉତ୍ପାଦନ ହେଉଛି l ଏତଦବ୍ୟତୀତ ଏକକ ଷ୍ଟ୍ରିମ ଫସଫରିକ ଏସିଡ ଉତ୍ପାଦନ କ୍ଷେତ୍ରରେ ଇଫକୋ ହେଉଛି ବିଶ୍ୱର ଏକ ସର୍ବ ବୃହତ ସଂସ୍ଥା l ସୂଚନାଥାଉକି, ସାର ଉତ୍ପାଦନ ପାଇଁ ସଲଫୁରିକ ଏସିଡ ହେଉଛି ଏକ ମୁଖ୍ୟ କଞ୍ଚାମାଲ l ତେଣୁ ଆତ୍ମନିର୍ଭର ଭାରତ ଅଭିଯାନ ପରିପ୍ରେକ୍ଷୀରେ ଇଫକୋ ପାରାଦୀପ ୟୁନିଟ ରେ ଏକ ଐତିହାସିକ ତୃତୀୟ ସଲଫୁରିକ ଏସିଡ ପ୍ରତିଷ୍ଠା କରାଯାଇଛି l ଦୈନିକ ୨ ହଜାର ଟନ କ୍ଷମତା ବିଶିଷ୍ଟ ଏହି ସଲଫୁରିକ ଏସିଡ ପ୍ଲାଣ୍ଟ କୁ ଫେବୃଆରୀ ୨0 ତାରିଖ ମଙ୍ଗଳବାର ଦିନ ଇଫକୋ ର ସର୍ବ ଭାରତୀୟ ପରିଚାଳନା ନିର୍ଦ୍ଦେଶକ ଡ଼ଃ. ୟୁ.ଏସ.ଆୱସ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ପ୍ଲାଣ୍ଟ ଟି ଏମ/ଏସ ଟେକନିଗ ଏନର୍ଜିସ ଏମଇସିଏସ ଦ୍ୱାରା ୟୁଏସଏ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି l ଏହି ପ୍ଲାଣ୍ଟ ର ଉଦଘାଟନୀ କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ,ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଫ୍ୟାକ୍ଟ୍ରି ଆଣ୍ଡ ବଏଲର ର ଉପ ନିର୍ଦ୍ଦେଶକ ଏମ.ପଣ୍ଡା, ସହ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ,ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା, ଟି.ଇ.ଆଇ ଲ୍ୟାଣ୍ଡ ପରିଚାଳନା ନିର୍ଦ୍ଦେଶକ ପି.ଭେନୁସାମି, ଦେବେନ୍ଦ୍ର କୁମାର, ପାରାଦୀପ ଇଫକୋ ୟୁନିଟ ର ନିର୍ଦ୍ଦେଶକ ତଥା ମୁଖ୍ୟ କେ.ଜେ.ପଟେଲ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.

one + 9 =