ଇମାମି ପେପର୍ ମିଲ୍ ଅଞ୍ଚଳ କଂଟେନ୍ମେଂଟ୍ ଜୋନ୍

ବାଲେଶ୍ୱର: ବାଲେଶ୍ୱରସ୍ଥିତ ଇମାମି ପେପ୍ର ମିଲ୍କୁ ଜିଲ୍ଲା ପ୍ରଶାସନ୍ ଆଜି କଂଟେନ୍ମେଂଟ ଜୋନ୍ ଘୋଷଣା କରିଛି । ଇମାମି ପେପର୍ ମିଲ୍ ଅଞ୍ଚଳରୁୁ ଆଜି ସମୁଦାୟ ୧୦୧ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୦ ଜଣ ହେଉଛନ୍ତି କେବଳ ଇମାମି କର୍ମଚାରୀ ଓ ଅନ୍ୟ ୧୧ଜଣ ସ୍ଥାନୀୟ ସଂକମିତ ବୋଲି ବାଲେଶ୍ୱର ସିଡିଏମ୍ଓ ସୂଚନା ଦେଇଛନ୍ତି ।
ଆଜି ବାଲେଶ୍ୱରରୁ ଚିହ୍ନଟ ମୋଟ୍ ୧୫୮ ସଂକ୍ରମିତଙ୍କ ମଧ୍ୟରୁ ଇମାମି କଲୋନିରୁ ସର୍ବାଧିକ ୮୫ ଜଣ, ବାଲଗୋପାଲପୁର ଅଞ୍ଚଳରୁ ୧୬ ଜଣ ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇମାମିରେ କରୋନା ବିସ୍ଫୋରଣ ପରେ କଲୋନିକୁ ୭ ଦିନ ପାଇଁ କଂଟେନ୍ମେଂଟ ଜୋନ୍ ଘୋଷଣା କରାଯିବା ସହ ୨ନମ୍ବର ୟୁନିଟ୍ ମେସିନ୍ ଓ ଫିନିସିଂ ୟୁନିଟ୍କୁ ସଟଡାଉନ୍ କରାଯାଇଛି । ଏଥି ସହିତ ଇମାମିର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ବନ୍ଦ କରି ଦିଆଯାଇଛି । ପୋଲିସ୍ ସଂପୃକ୍ତ ଅଞ୍ଚଳକୁ ସିଲ୍ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେଠାରେ କଂଟାକ୍ଟ ଟ୍ରେସିଂ କରାଯାଉଛି । ଇମାମିରେ ଶ୍ରମିକ, ଠିକା କର୍ମଚାରୀ ଓ ଅଫିସରଙ୍କୁ ମିଶାଇ ୩ହଜାର ଲୋକ କାମ କରୁଛନ୍ତି । ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କଠାରୁ ଅନ୍ୟମାନେ ସଂକ୍ରମିତ ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.

2 × 1 =