ବ ଲାଙ୍ଗୀର: ଗତ ଦୁଇ ଦିନ ହେଲା ବଲାଙ୍ଗୀର ସହରରେ ଜିଲ୍ଲା ପ୍ରଶାସନ ତରଫରୁ ଜବର ଦଖଲ ଉଦ୍ୟମକୁ ଜୋରଦାର କରାଯାଇଛି । କରୋନା ସମୟରେ ସହରର ବିମଭିନ୍ନ ସ୍ଥାନରେ ହୋଇଥିବା ଜବର ଦଖଲକୁ ଜେସିବି ମେସିନ ଲଗାଇ ଭାଙ୍ଗିଦିଆ ଯାଇଛି । କିନ୍ତୁ ଏପଟରେ ଓଡିଶା ହାଇକୋର୍ଟରେ ଦାଖଲ ହୋଇଥିବା ରିଟ ପିଟିସନ ୯୦୯୫/୨୦୨୦ର ବିଚାର କରି କୋର୍ଟ, ଆଦେଶ ଦେଇଛନ୍ତି । ଯେ ରାଜ୍ୟ ସରକାର କିମ୍ବା ତାଙ୍କ ଅଧିନରେ ଥିବା ପୌର ନିଗମ, ପୌର ପରିଷଦ କିମ୍ବା ଗ୍ରାମ ପଞ୍ଚାୟତ କୋଭିଡ-୧୯ ସମୟରେ କୋଣସି ପ୍ରକାରର ଜବର ଦଖଲ ଭାଙ୍ଗିପାରିବେ ନାହିଁ । ଏହି ଆଦେଶ ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ବଳବତର ରହିବ । କରୋନା ସମୟରେ ଜିଲ୍ଲାପ୍ରଶାସନର ଏଭଳି ବେଆଇନ ପଦକ୍ଷେପ ପ୍ରଶାସନକୁ ଉଭୟ ଆଇନ କାନୁନ ଓ ଜନସାନସରେ କାଠ ଗଡାରେ ଛିଡା କରିବ ବୋଲି ବୁଦ୍ଧିଜିବି ମତ ପ୍ରକାଶ କରିଛନ୍ତି । ସୁଚନାଯୋଗ୍ୟଯେ, ସହରର ଫଳ ମାର୍କେଟ, ହସପିଟାଲ ରୋଡ, ମାଲପଡା, ଟିକ୍ରାପଡା, ପ୍ରତାପ ସାଗର ପଡା, ଗାନ୍ଧୀନଗର ପଡା ଅଞ୍ଚଳରେ ଜବର ଦଖଲ ପ୍ରକି୍ରୟା ଚାଲିଛି । କରୋନା ସାଙ୍ଗକୁ ବର୍ଷା ମାସରେ ପ୍ରଶାସନର ଏଭଳି ଭଙ୍ଗାରୁଜାକୁ ସାଧାରଣରେ ଲୋକେ ପ୍ରଶ୍ନ କରୁଛନ୍ତି । ବିଶେଷ କରି ମାଲପଡାରୁ ଚୁଗୁଡି ପଡା ରାସ୍ତାରେ ବିଶେଷତଃ ବାସପୋଯୋଗୀ ଘର ଗୁଡିକ ଥିବା ବେଳେ, ପ୍ରଶାସନ ତରଫରୁ ଏହି ଘର ଗୁଡିକୁ ଭାଙ୍ଗିଦିଆ ଯାଇଛି । କରୋନା ସମୟରେ ଏଭଳି ଅମାନବୀୟ ଭଙ୍ଗାରୁଜାକୁ ନେଇ କିଛି ଆଇନ ଜୀବୀ ତିବ୍ର ପ୍ରତିକ୍ରିୟା ଦେବା ସହ ଜିଲ୍ଲା ପ୍ରଶାସନ ହାଇକୋର୍ଟଙ୍କ ଆଦୋକୁ କିପରି ଅବଞ୍ଜା କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ଭଙ୍ଗାରୁଜାର ଶିକାର ହୋଇଥିବା ଲୋକେ ଏସଂପର୍କରେ ଆଇନର ଆଶ୍ରୟ ନେବାପାଇଁ ପ୍ରସ୍ତୁତି ଚଳାଇଛନ୍ତି ।