ଉଠା ଜଳସେଚନ ନିର୍ମାଣର ୪ବର୍ଷ ପରେ ମଧ୍ୟ ପାଣି ଆସୁନିି

ଚମ୍ପୁଆ: କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ସବୁ ଯୋଜନାର ସୁଫଳ ତୃଣମୁଳ ସ୍ତରରେ ଥିବା ଅଧିକାରଙ୍କ ଆନ୍ତରିକତା ଅଭାବରୁ କୃଷକମାନଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ମୌସୁମୀର ଲୁଚକାଳି ଖେଳକୁ କ୍ଷୁଦ୍ର ଜଳସେଚନ କେନାଲରେ ପାଣି ଆସୁନଥିବାରୁ ଶ୍ରାବଣ ମାସରେ ମଧ୍ୟ ବିହନ ରୁଆ କାମ ଆରମ୍ଭହୋଇପାରିନାହିଁ । କେତେକ ଅଞ୍ଚଳରେ ଚାଷୀ ଉଠା ଜଳସେଚନ ପଏଂଟ ପାଖରେ ଚାଷକାମ ଆଗେଇ ନବାକୁ ଆଶା କରିଥିଲେ ହେଁ ସେଥିରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଉଠା ଜଳସେଚନ ଥାଇ ମଧ୍ୟ ଅନେକ ଯାଗାରେ ପାଣି ମଟର ଖରାପ ଅବସ୍ଥାରେ ପଡି ରହିଛି ତ ଅନ୍ୟ କେଉଁଠାରେ ବିଦ୍ୟୁତ ଦେୟ ପାଇଁ ସଂଯୋଗ କାଟିଦିଆଯାଇଛି, ଫଳରେ ନିରୁପାୟ ହୋଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏଭଳି ଏକ ଅଭାବନୀୟ ପରିସ୍ଥିତତ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତ ଅନ୍ତର୍ଗତ ସାତଲଦିଆ ଗ୍ରାମରେ । ଏହି ଗ୍ରାମରେ ୮ଟି ଉଠା ଜଳସେଚନ ପଏଂଟ ବସିଥିଲେ ହେଁ କେବଳ ଗୋଟିଏ/ଦୁଇଟି କୁ ଛାଡିଦେଲେ ଅନ୍ୟ ଗୁଡିକ ଚାଷୀଙ୍କ କାମରେ ଆସୁନଥିବା ଅଭିଯୋଗ ହୋଇଛି । ଏବରିକି ନିର୍ମାଣର ୪ବର୍ଷ ପରେ ମଧ୍ୟ ଏଠାରେ ନିର୍ମିତ ୭ନଂ ଓ ୮ନଂ ଉଠା ଜଳସେଚନ ପଏଂଟ ଗୁଡିକ ଚାଷୀଙ୍କ କାମରେ ଆସିପାରୁନାହିଁ । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ପଷ୍ଠଳୂ ଗୁଡିକ ଚାଷୀମାନଙ୍କ କାମରେ ଆସିନଥିବା ବାରମ୍ବାର ଅଭିଯୋଗ ହୋଇଅସୁଥିଲେହେଁ କେହି ବୁଝୁ ନାହାନ୍ତି । ଏନେଇ ଉଠା ଜଳସେଚନ ସରକାରୀ ଯନ୍ତ୍ରୀ ରମେଶ ନାଏକଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ଏଥି ପ୍ରତି ଦୃଷ୍ଟିଦେବା ସହ ପାଣି ପଞ୍ଚାୟତ କର୍ମକର୍ତାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଏରିବାକୁ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.

19 − four =