ଉତର ଓଡ଼ିଶାରେ ମୃଦୁ ଭୂକମ୍ପନ

ବାଲେଶ୍ୱର,: ଗୁରୁବାର ବିଳମ୍ବିତ ରାତ୍ରୀରେ ମୟୂରଭଞ୍ଜ ଜିଲ୍ଲାରେ ମୃଦୁ ଭୂମିକମ୍ପ ସଂଘଠିତ ହୋଇଥିବା ଜଣାପଡ଼ିଛି । ରାତି ୨.୧୩ରେ ହୋଇଥିବା ଏହି ଭୂକମ୍ପନର ତୀବ୍ରତା ରିକ୍ଟର୍ ସ୍କେଲରେ ୩.୯ ଥିବା କଥା ‘ନ୍ୟାସନାଲ ସେଂଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି । ଭୂକମ୍ପନ ଅନୁଭୂତ ହେବ । ପରେ ପରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସି ଶଙ୍ଖ ବଜାଇବା ସହ ହୁଳହୁଳି ପକାଇଥିଲେ । ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ଖବର ଆସିନାହିଁ । କିନ୍ତୁ, ପ୍ରାୟ ଅଧଘଂଟା ପର୍ଯ୍ୟନ୍ତ ମୋବାଇଲ୍ ନେଟ୍ୱାର୍କ କାମ କରି ନ ଥିଲା ବୋଲି କେତେକ ବ୍ୟକ୍ତି ଦାବି କରୁଛନ୍ତି । ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି ଭୂକମ୍ପନ ଅନୁଭୂତ ହୋଇଥିଲା । ଉତରାଖଣ୍ଡ ପିଥୋରାଗଡ଼ରେ ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭବ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତି ୩ଟା ୧୦ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୬ ରେକର୍ଡ କରାଯାଇଛି । ସେହିପରି ମଙ୍ଗଳବାର ସକାଳ ସମୟରେ ହରିଦ୍ୱାରରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଥିଲା ।

Leave A Reply

Your email address will not be published.

seventeen + eight =