ଉତ୍କଣ୍ଠିତ ଉଲ୍ଲାସଭରା ଜନସମାଗମରେ ଉଦଘାଟିତ ହେଲା “ନୃତ୍ୟଶ୍ରୀ ଏକାଡେମୀ”

କରଞ୍ଜିଆ : କରଞ୍ଜିଆର ଅଗ୍ରଣୀ ନୃତ୍ୟଅନୁଷ୍ଠାନ ନୃତ୍ୟଶ୍ରୀ ଏବେ ନୃତ୍ୟଶ୍ରୀ ଏକାଡେମୀରେ ପରିଚିତ, ଏହି ନୃତ୍ୟଶ୍ରୀ ଏକାଡେମୀର ଗତକାଲି ଥିଲା ଉଦଘାଟନୀ ଉତ୍ସବ, ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତିମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଫିତା କାଟି ନୃତ୍ୟଶ୍ରୀ ଏକାଡେମୀକୁ ଉଦଘାଟନ କରିଥିଲେ, ଏହି ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଏନ ଏ ସି ଅଧ୍ୟକ୍ଷା ପପି ପୃଷ୍ଟି,ଉପନଗରପାଳ ସ୍ୱରୂପ ପରିଜା,15 ନମ୍ବର ୱାର୍ଡ କାଉନସିଲର ନମିତା ଘାଣ୍ଟିଆଲି 3ନମ୍ବର ୱାର୍ଡର କାଉନସିଲ ବିଶ୍ୱଜିତ ଚୌଧୁରୀ (ପାଲୁ ଭାଇ)କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ. ଏହି ଅନୁଷ୍ଠାନ  ନିଜର କିଛି ଅଲଗା କରିଦେଖାଇବା ଏବଂ ଭିନ୍ନ ସ୍ୱାଦର କଳାକୌଶଳତା ପାଇଁ ବହୂ ପରିଚିତ ଏବଂ ଲୋକପ୍ରିୟତା ହାସଲ କରିପାରିଛି|ଏହି ଅନୁଷ୍ଠାନର  ପ୍ରତ୍ୟେକ ଛାତ୍ର, ଛାତ୍ରୀ ନିଜର ଭିନ୍ନ ଭିନ୍ନ କଳାର ରୁଚିକୁ  ନିପୁଣତା ରୂପରେ ପ୍ରତିପାଦିତ କରି ବିଭିନ୍ନ ଅଂଚଳରେ ନିଜର ଛାପ ଛାଡିଆସୁଛନ୍ତି| ଏବେ ଏହି ଅନୁଷ୍ଠାନ ଏକ ନୂତନ ରୂପ ଏବଂ ଢଙ୍ଗରେ ” ନୃତ୍ୟଶ୍ରୀ ଏକାଡେମୀ ” ନାମରେ ସୁପରିଚିତ ହେଲା|ଏହି ଅନୁଷ୍ଠାନ ମାଣିକ ଛକ ସ୍ଥିତ ଚାରୁସ୍ ଭିଲାରେ ଅନୁଷ୍ଠିତ |ଏଥିରେ ଡକ୍ଟର ମନୋଜ ବେହେରା ପରି ନୃତ୍ୟ ଗୁରୁ ନୃତ୍ୟ ପ୍ରଶିକ୍ଷଣ ଦେବେ, ଉଦଘାଟନୀ ଉତ୍ସବରେ ନୃତ୍ୟଶ୍ରୀ ଏକାଡେମୀର ସଭାପତି ଦିବ୍ୟ ପ୍ରସାଦ ସାହୁ ପ୍ରଶାସନୀକ ଅଧିକାରୀ ଦିବ୍ୟ ରଞ୍ଜନ ପତିଙ୍କ ସହିତ ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଦାସ, ଅଧ୍ୟାପିକା ଝରଣା ସାହୁ, ସମୀର ଓତ୍ତା, ସଚ୍ଚିଦାନନ୍ଦ ପତି, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ.,ଏଥିରେ ନୃତ୍ୟଶ୍ରୀ ଏକାଡେମୀ ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ଓ ଶୁଭେଛୁମାନେ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ |

Leave A Reply

Your email address will not be published.

four × 4 =