ଉପଖଣ୍ଡ ଚିକିତ୍ସାଳୟରେ ମିଳୁନି ପୋଲିଓ ଟିକା ଏବଂ କାମ କରୁନି ଲିଫ୍ଟ

ଚମ୍ପୁଆ : ୧୯୧୦ ମସିହାରେ ପ୍ରତିଷ୍ଠିତ ଉପାନ୍ତ ଅଞ୍ଚଳର ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟଟି ଅନେକ କଣ୍ଟକିତ ପଥ ଅତିକ୍ରମ କରି ଏବେ ଜିଲ୍ଲାର ଏକ ଅଗ୍ରଗଣ୍ୟ ଡାକ୍ତରଖାନା ଭାବେ ସଗର୍ବରେ ଠିଆ ହୋଇଛି । ଏହି ଡାକ୍ତରଖାନାଟି ଏବେ ସରକାରଙ୍କ ମୋ ଡାକ୍ତରଖାନା ଯୋଜନାରେ ସାମିଲ ହୋଇପାରିଛି । କିନ୍ତୁ ଏସବୁ ସତ୍ତ୍ୱେ ଦୁଃଖର ବିଷୟ ଏହି କି ଯେ ଶିଶୁଟି ଜନ୍ମ ହେବାର୨୪ ଘଣ୍ଟା , ୪୫ ଦିନ , ୭୫ ଦିନ ଏବଂ ୧୦୫ ଦିନରେ ଦିଆଯିବାକୁ ଥିବା ପୋଲିଓ ଟିକା ଅଢେଇ ମାସ ହେବ ଷ୍ଟକରେ ନଥିବାର ଜଣାପଡିଛି। ଫଳରେ ଜନ୍ମିତ ଶିଶୁଟିକୁ ବାପା ମା ଅନ୍ୟତ୍ର ନେଇ ଡ଼ହ ଡହ ଖରାରେ ଟିକା ଦେବାକୁ ଯାଉଥିବା ଖବର ହସ୍ତଗତ ହୋଇଛି । ସାମ୍ବାଦିକ ବନ୍ଧୁମାନେ ଏଵିଷୟ ଜାଣିବା ପରେ ଡାକ୍ତରଖାନାର ଅଧୀକ୍ଷକ ଡ଼ଃ.ଉମାକାନ୍ତ ସାହୁଙ୍କୁ ପଚାରିବାରୁ ଇଣ୍ଡେଣ୍ଟ ଦିଆଯାଇଛି ଜିଲ୍ଲା ମୁଖ୍ୟାଳୟରେ ଷ୍ଟକ୍ ନଥିବାରୁ ପହଞ୍ଚିବାରେ ବିଳମ୍ବ ହେଉଛି ବୋଲି ସଫେଇ ଦେଇଥିଲେ ।  ତେବେ ସେ ମୁଖ୍ୟାଳୟକୁ ଯୋଗାଯୋଗ କରି ଆଜି ଆସୁଥିବା ସ୍ପଷ୍ଟ କରିଥିଲେ।
ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗର ନବ ନିର୍ମିତ କୋଠାରେ ଦୁଇ ଗୋଟି ଲିଫ୍ଟ ଲାଗିଛି । ଗୋଟିଏ ଲିଫ୍ଟ ରୋଗୀମାନଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅନ୍ୟଟି ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ବ୍ୟବହାରରେ ଲାଗିଥାଏ । କିନ୍ତୁ ଡାକ୍ତର ଓ ନର୍ସ
ମାନଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟଟି ଦୀର୍ଘ ୬ମାସ ହେବ ହେବ ଅଚଳ ଅବସ୍ଥାରେ ଥିବା ବେଳେ ରୋଗୀଙ୍କ ପାଇଁ ବ୍ୟବହୃତ ଲିଫ୍ଟଟି ସେନସର ଖରାପ ଥିବାରୁ ତାହାକୁ ପିଟିଲେ ବେଳେ ବେଳେ କାମ କରୁଥିବା ଜଣାପଡିଛି। ଫଳରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ମହିଳାଙ୍କ ସହ ଷ୍ଟାଫମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଖବରରୁ ଜଣାପଡିଛି ।ଏ ଲିଫ୍ଟ ମେସିନର ଓ୍ଵାରେଣ୍ଟି ପିରିୟଡ଼ ସରିଯାଇଥିଵାରୁ ଏହାର ମରାମତି ପାଇଁ ୩ଲକ୍ଷରୁ ଉର୍ଧ ଟଙ୍କାର ଆବଶ୍ୟକତା ରହିଥିବା
ମେଡ଼ିକାଲ ଅଧୀକ୍ଷକ ପ୍ରକାଶ କରିଥିଲେ । ଏ ଅର୍ଥ ପାଇଵା ପାଇଁ ଆମେ ଜିଲ୍ଲା ଖଣିଜ ପାଣ୍ଠିକୁ ଅନୁରୋଧ କରିଥିବା ପ୍ରକାଶ କରିଥିଲେ । ତେବେ ଏ ସ୍ପର୍ଶକାତର ଵିଷୟକୁ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ଗୁରୁତର ସହ ନେଇ ଶୀଘ୍ର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି । 

Leave A Reply

Your email address will not be published.

3 × 5 =