ଏଡିଏମଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

ରାୟଗଡା, ୨୦.୬ (ନି.ପ୍ର): ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଜେକେପୁର ଇ.ଏସ.ଆଇ ହସ୍ପିଟାଲ ପରିସରରେ ଥିବା କୋଭିଡ କେୟାର ସେଂଟର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । କୋରନା ରୋଗୀଙ୍କ ପାଇଁ କୋଭିଡ କେୟାର ସେଂଟରରେ ୧୦୦ ଶଯ୍ୟା ବେଡ ପ୍ରସ୍ତୁତ ଥିବା ବେଳେ ୧୧ଟି ଆଇସିୟୁ ବେଡ ଏବଂ ୪ଟି ଭେଂଟିଲେଟର ୱାର୍ଡ ନିର୍ମାଣ କରାଯାଉଛି । ତେବେ କରୋନା ରୋଗୀଙ୍କ ପାଇଁ ବେଶ ଗରୁୁତ୍ୱପୂର୍ଣ୍ଣ ଥିବା ଅମ୍ଳଜାନ ସପ୍ଲାଇ ମେସିନାରୀର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି । ଅମ୍ଲଜାନ କରୋନା ରୋଗୀଙ୍କୁ କିପରି ଦିଆଯିବ ସେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀପଣ୍ଡାଙ୍କୁ ବୁଝାଇଥିଲୋ ଏଥି ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀପଣ୍ଡା କୋଭିଡ କେୟାର ସେଂଟରର ସମସ୍ତ ୱାର୍ଡ ବୁଲି ସଠିକ ରୂପରେ ନିର୍ମାଣ କାର୍ଯ୍ୟ ହୋଇଛି କି ନାହିଁ ତାହା ଯାଂଚ କରିଥିଲେ । କରୋନା ରୋଗୀଙ୍କୁ ଯେପରି ଚିକିତ୍ସାରେ ଅବହେଳା ନ କରାଯାଏ ସେ ନେଇ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ରୋଗୀଙ୍କୁ ଉତମ ସେବା ଯୋଗାଇବା ପାଇଁ ମଧ୍ୟ କରିଥିଲେ ।

Leave A Reply

Your email address will not be published.

5 × 2 =