ଏନଏସିରେ ପାନୀୟ ଜଳ ଯୋଗାଣ ଦିଗହରା

ଚମ୍ପୁଆ:ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଯାଏଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କୁ ସ୍ୱଛ ପାନିୟ ଜଳ ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟୀ କୋଟୀ ଅର୍ଥ ବ୍ୟୟ କରୁ ଥିଲେ ହେଁ ଏହାର ସୁଫଳ ଲୋମାନେ ପାଇବାରୁ ବଂଚିତ ହେଉଛନ୍ତି ।ଅଭିଯୋଗ ଅନୁଯାୟୀ ଚମ୍ପୁଆ ଏନଏସିର ପ୍ରତ୍ୟେକ ୱାର୍ଡକୁ ଜଳ ଯୋଗାଇବା ପାଇଁ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ମାଧ୍ୟମରେ ଜଳ ଯୋଗାଇ ଦିଆ ଯାଉଛି । କିନ୍ତୁ କର୍ମଚାରୀଙ୍କ ଦାୟିତ୍ୱହିନତା ଯୋଗୁଁ ନଦୀର ଜଳକୁ ଫିଲଟର ଓ ବିଶୋଧନ କରା ନଯାଇ ପାଣି ଯୋଗାଇ ଦିଆ ଯାଉ ଥବବା ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏଠାରେ ସ୍ମରଣ ଯୋଗ୍ୟକି ନିକଟରେ ଏସେଲ ମାଇନିଂ କଂପାନ ତରଫର ଚମ୍ପୁଆରେ ୮ ଲକ୍ଷ ଜଳଧାରଣ ବିଶିଷ୍ଟ ଏକ ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଇଛି ।ଏଥିରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟ କରାଯାଇ ୨୦୧୮ ମସିହାରେର କାର୍ଯ୍ୟକାରି କରାଯାଇ ଥିଲା । ଏହା ପରେ ମଧ୍ୟ ଜଳ ଯୋଗାଣ ଠିକ ଭାବରେ ନ ହେବାରୁ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟେଣ୍ଡର କରି ଚମ୍ପୁଆର ବିଭିନ୍ନ ସ୍ଥାନରେ ନୂଆ ପାଇପ ବିଛା ଯାଇଛି । କେତେକ ସାହିରେ ନୂଆ ପାଇପ ବିଛା ନଯାଇ ପୁରୁଣା ପାଇପରେ କାମ ଚଳଇ ନେଉଛନ୍ତି । ବିଭାଗ ଯନ୍ତ୍ରୀଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଠାରେ ମଧ୍ୟ ଅନିୟମିତତା ଅଭିଯୋଗ ହୋଇ ଆସୁଛି । କିନ୍ତୁ ଅସାଧୁ କର୍ମଚାରୀଙ୍କ ଖାମ ଖିଆଲି ମନୋଭାବ ପାଇର୍ ବିଭିନ୍ନ ୱାର୍ଡବାସୀ ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଏ ସମନ୍ଧରେ ଜନ ସ୍ୱାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀ କହିଲେ ଗୋଧଊଳୀ ଠାରେ ଏନଏସି ପାଇଁ ଫିଲଟର ପ୍ଲାଣ୍ଟ ସଂପୂର୍ଣ୍ଣ ହେଲେ ଏହି ସମସ୍ୟା ଦୂର ହୋଇ ଯିବନିର୍ମାଣ ଚାଲିଛି ଜଳଧାରା ଯୋଜନାରେ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ଜଳ ଦେବାକୁ ପ୍ରତିଶୃତି ବଦ୍ଧ ଥିବା ବେଳେ ଏଠାରେ ସ୍ଥାନିୟ କର୍ମଚାରୀଙ୍କ ଉଦାସିନତା ପାିଁ ଅନେକ ପେଟ ରୋଗ ଭଳି ସମସ୍ୟାରେ ପଡୁ ଥବା ସତ୍ୟବାନ କର, ମନଜିତ ସାହୁ, ବାବୁ ଆଚାର୍ଯ୍ୟ, ଜଳେଶ୍ୱର ପୋଦାର,ପ୍ରମୁଖ ଅଭିଯୋ କରିଛନ୍ତି ।

Leave A Reply

Your email address will not be published.

twenty − 3 =