ଏନଡିଆରଏଫ୍ ଯବାନ କରୋନା ପଜିଟିଭ

ଭୁବନେଶ୍ୱର,୬ ।୦୬(ନି.ପ୍ର.): କରୋନାର ଶିକାର ହେଲେ କୋଲକାତା ଫେରନ୍ତା ଏନଡିଆରଏଫ୍ ଯବାନ । ବାତ୍ୟା ଅମ୍ଫାନ କ୍ଷତିଗ୍ରସ୍ତ କୋଲକାତା ସହରକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଲାଗି ଓଡ଼ିଶାରୁ ଯାଇଥିବା ଏନଡିଆରଏଫ୍ ଟିମ୍ର ଜଣେ ଯବାନଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ କଟକ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି ।
ଓଡ଼ିଶାରୁ ଏନଡିଆରଏଫ୍ର ୮ଟି ୟୁନିଟ କୋଲକାତା ଯାଇଥିଲା । ସେଠାରୁ ଫେରିବା ପରେ ସମସ୍ତ ଯବାନ ଓ ଅଧିକାରୀଙ୍କୁ କ୍ୱାରେଂଟାଇନ୍ରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ କଟକ ଏସିବିରେ ଭର୍ତି କରାଯିବା ସହ ସ୍ୱାବ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଆଜି ଜଣକର ରିପୋର୍ଟ ପଜିଟିଭ ଆସିଛି ।

Leave A Reply

Your email address will not be published.

ten + 5 =