ଭୁବନେଶ୍ୱର: ଏନ୍ଏକ୍ସଟି ଡିଜିଟାଲ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । କରୋନା ମହାମାରୀ ଦ୍ୱାରା ଏହି ତିନି ମାସର କାରବାର ଗୁରୁତର ପ୍ରଭାବିତ ହୋଇଥିବା ସତ୍ୱେ କଂପାନି ରାଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି । ୨୦୨୦ର ଏପ୍ରିଲ୍-ଜୁନ୍ ଅବଧିରେ କଂପାନିର ରାଜସ୍ୱ ୩.୪ ପ୍ରତିଶତ ବୃଦ୍ଧି ପାଇ ୨୩୪.୮୨ କୋଟି ଟଙ୍କା ହୋଇଛି । ଗତବର୍ଷ ଏହି ସମୟରେ କଂପାନି ହାସଲ କରିଥିବା ରାଜସ୍ୱ ତୁଳନାରେ ଏହା ୨.୭ ପ୍ରତିଶତ ଅଧିକ । କୋଭିଡ୍-୧୯ ମହାମାରୀର ପ୍ରଭାବ ସତ୍ୱେ ଏହି ସମୟରେ ଭିଡିଓ ଓ ଡାଟା ବ୍ୟବସାୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । କଂପାନି ଏହାର ଗ୍ରାହକମାନଙ୍କୁ ଧରି ରଖିବାରେ ସକ୍ଷମ ହୋଇଥିବା ବେଳେ ଭିଡିଓ ଓ ଡାଟା ବ୍ୟବସାୟରେ ଉନ୍ନତି ହାସଲ କରିଛି । ପ୍ରିପେଡ୍ କଲେକ୍ସନ ମଡେଲ୍ରେ କଂପାନି ୯୯.୫% ଦକ୍ଷତା ହାସଲ କରିଛି । କଂପାନି ୫୦୦ କୋଟି ଟଙ୍କାର ପୁି ଯୋଗାଡ଼ କରିବା ଲାଗି ପ୍ରିଫରେନ୍ସିଆଲ ଆଲଟମେଂଟ୍ ଓ ରାଇଟ୍ ଇସୁ୍ୟ ଭଳି ବିକଳ୍ପ ବିଷୟରେ ବିଚାର କରୁଛି । ବୋର୍ଡ ଏନେଇ ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରିବ । କଂପାନିର ବୋର୍ଡ ପକ୍ଷରୁ କଂପାନିର ମୁଖ୍ୟ ବିତ ଅଧିକାରୀ ଶ୍ରୀଯୁକ୍ତ ଅମର ଚିନ୍ତୋପନ୍ଥଙ୍କୁ ପୂର୍ଣ୍ଣକାଳୀନ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି । କଂପାନିର ବ୍ୟାବସାୟିକ ଫଳାଫଳ ସମ୍ପର୍କରେ ଏନଏକ୍ସଟି ଡିଜିଟାଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭିନସ୍ଲେ ଫର୍ଣ୍ଣାଡିସ୍ କହିଛନ୍ତି ଯେ, “ଗୁରୁତ୍ୱପୂର୍ଣ୍ଣ ଭିିଡିଓ ଓ ଡାଟା ସଂଯୋଗ ଭଳି ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଥିବାରୁ ଆମେ ଆଗେଇ ଆସିବା ସହିତ ଆମର କର୍ମଚାରୀ, ସହଯୋଗୀ ଏବଂ ବ୍ୟବସ୍ଥାକୁ ସୁରକ୍ଷିତ ରଖି ବିନା କୌଣସି ସାଲିସ୍ରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଦେଇଛୁ । ଆହ୍ୱାନପୂର୍ଣ୍ଣ ସମୟ ସତ୍ୱେ ଆମର ଏହି ପ୍ରଦର୍ଶନ ହେଉଛି ଗ୍ରାହକମାନଙ୍କ ପ୍ରତି ଆମର ରହିଥିବା ପ୍ରତିବଦ୍ଧତା, ଚିନ୍ତାଶୀଳ ଭାବନା ଏବଂ ରଣନୀତି ପ୍ରସ୍ତୁତି ଓ କାର୍ଯ୍ୟକାରୀତା ଏବଂ ନିରନ୍ତର ଆବିସ୍କାରର ପ୍ରତିଫଳନ ଅଟେ ।”
ଏନ୍ଏକ୍ସଟି ଡିଜିଟାଲ୍ ଆଗାମୀ ଦିନରେ ଏହାର ଗ୍ରାହକ ସଂଖ୍ୟାକୁ ୧୦ ନିୟୁତରୁ ଅଧିକ କରିବାୁକ ଲକ୍ଷ୍ୟ ରଖିଛି । ଏବେ କେବୁଲ ଟିଭିର ସମ୍ଭାବ୍ୟ ଗ୍ରାହକ ସଂଖ୍ୟା ୬୯ ନିୟୁତରୁ ଅଧିକ ରହିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାହକ ଅର୍ଧ-ସହରାଚଂଳ, ଅର୍ଧ-ଗ୍ରାମାଚଂଳ ଏବଂ ଗ୍ରାମୀଣ ବଜାରରେ ରହୁଛନ୍ତି । ଏହି ସବୁ ସ୍ଥାନରେ ଏନଏକ୍ସଟି ଡିଜିଟାଲ୍ର ଉପସ୍ଥିତି ବହୁତ ଭଲ ରହିଛି । ଗ୍ରାହକମାନଙ୍କୁ ଓଟିଟି ସୁବିଧା ଦେବା ଲାଗି କଂପାନି ପକ୍ଷରୁ ଡଙ୍ଗଲ ମଧ୍ୟ ଉପଳବ୍ଧ କରାଯାଇଛି ।