ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲରେ ତଥା ଏମକେସିଜିସରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ମେଡିକାଲର ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳୁଥିବା ବେଳେ ଆଜି ଏମକେସିଜିର ଏକ ଗୁରୁତ୍ୱପୁର୍ଣ୍ଣ ଶିଶୁ ବିଭାଗ(ସର୍ଜରୀ)ରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳିଛି । ବିଭାଗରେ ଦୁଇ ଯୁବ ଡାକ୍ତର କାର୍ଯ୍ୟକରୁଥିବା ବେଳେ ଆଜି ଜଣେ ଚର୍ଚ୍ଚିତ ଡାକ୍ତର ପ୍ରଣୟ ପାଣିଗ୍ରାହୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆସିସଟାଂଟ ପ୍ରଫେସର ପଦବୀ ପାଇଁ ଚାଲି ଯାଇଛନ୍ତି । ବର୍ତମାନ ଏହି ବିଭାଗରେ କେବଳ ଜଣେ ଡାକ୍ତର ଡଃ ମାନସ କାର୍ଯ୍ୟ କରୁଛନ୍ତି । ତାଙ୍କ ଘର କଟକ ହୋଇଥିବା ବେଳେ ସେ ଛୁଟି ଦିନରେ କଟକ ଚାଲିଯାଆନ୍ତି । ଯାହାକି ବର୍ତମାନ ଏକ ବଡ ସମସ୍ୟା ସୃଷ୍ଟି କରିବ । ଶିଶୁ ବିଭାଗ(ସର୍ଜରି)ରେ ଏକ ମାସ ପୂର୍ବେ ଖଲିକୋଟ ଅଞ୍ଚଳର ଏକ ଶିଶୁ ପାଟି ଦେଇ ଏକ ଲୁହା ରଡ ପସିଯାଇଥିଲା ଡଃ ପ୍ରଣୟ ପାଣିଗ୍ରାହୀ ଏକ ବିରଳ ଅତ୍ସୋ୍ରପଚାର କରି ଶିଶୁକୁ ବଞ୍ଚାଇଥିଲେ । ଏହିପରି ଘଟଣା ଯଦି ଛୁଟି ଦିନରେ ମେଡିକାଲକୁ ଆସେ ତେବେ ନିଶ୍ଚିନ୍ତ ଶିଶୁକୁ ବାହାର ସହର କିମ୍ବା ବାହାର ରାଜ୍ୟକୁ ନେବାକୁ ପଡିବ ।ଏଥି ପ୍ରତି ପ୍ରଶାସନ କିମ୍ବା ଜନପ୍ରତିନିଧି ଦୃଷ୍ଟି ନଦେଲେ ଏହା ଏକ ବୃହତ ସମସ୍ୟା ସୃଷ୍ଟି କରିବ ।