ଏରସମାରେ ସଡ଼କ ସୁରକ୍ଷା ସଚେତନତା

ଏରସମା : ଜିଲ୍ଲା ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ଏରସମା ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ମଦର ଟେରେସା ଫାଉଣ୍ଡେସନ ଅଧ୍ୟକ୍ଷ ଡ଼,ସୂନାକର ବେହେରା ସଭାପତିତ୍ୱ କରିଥିଲେ। କାର୍ଯ୍ୟ କ୍ରମରେ ଏରସମା ବିଡ଼ିଓ ଦାସରଥି ଜେନା,ତହସିଲଦାର ଦେବୀ ପ୍ରଶାଦ ଆଚାର୍ଯ୍ୟ,ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ମୋଟର ଭେଇକିଲ୍ ଇନ୍ସପେକ୍ଟର  ରଞ୍ଜିତା ମଲ୍ଲିକ,ଏରସମା ଥାନା ସବଇନିସପେକ୍ଟର ବିଭୁତି କୁମାର ବିଶ୍ବାଳ,ସରପଞ୍ଚ ସଚ୍ଚିଦାନନ୍ଦ ଦାସ,ଏମ୍ ବି କେ ଆଲୋକ ପ୍ରଭା ସ୍ଵାଇଁ ପ୍ରମୁଖ ଯୋଗଦେଇଥିଲେ। ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ଦିଗରେ ସଡ଼କ ଦୁର୍ଘଟଣା ଏଡାଇବା ନିମନ୍ତେ ଜାରି କରାଯାଇଥିବା ମାର୍ଗଦର୍ଶିକା ବଣ୍ଟନ କରାଯାଇଥିଲା। ବିଶେଷକରି ସଡକ ଦୂର୍ଘଟଣା ଏଡାଇବା ପାଇଁ ଗାଡ଼ି ଚାଳନା ସମୟରେ ହେଲମେଟ୍ ବ୍ୟବହାର କରିବା,ସିଟ ବେଲ୍ଟ ଦେଇ କାର୍  ଚାଳନା କରିବା,ଗାଡ଼ି ଚାଳନା ସମୟରେ କୈାଣସି ନିଶାଦ୍ରବ୍ୟ ସେବନ ନକରିବା ଓ ମୋବାଇଲରେ କଥା ହୋଇ ଗାଡି ନଚଲାଇବାକୁ ପରାମର୍ଶ ଦେଇଥିଲେ।୧୮ ବର୍ଷରୁ କମ ବୟସର ପିଲାଙ୍କୁ ଗାଡି ଚଲାଇବାକୁ ନଦେବା ପାଇଁ ଅନୁରୋଧ କରିଥିଲେ। କମ୍ ବୟସର ପିଲାମାନେ ଗାଡ଼ି ଚାଳନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କ୍ରମରେ ଜରିମାନା ଓ ଜେଲ୍ ଦଣ୍ଡ ଦିଆଯାଇପାରେ ବୋଲି କହି କାର୍ଯ୍ୟ କ୍ରମରେ ଉପସ୍ଥିତ ବିଭିନ୍ନ ଗ୍ରାମର ଏସ୍ ଏଚ୍ ଜି ସଦସ୍ୟା ଓ ଜନସାଧାରଣଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ପବିତ୍ର କୁମାର ମଙ୍ଗରାଜ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.

17 − 7 =