ଏରସମା ଜପାରେ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ପାଳିତ

ଏରସମା : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ଉତ୍ସବ ଏରସମା ବ୍ଳକ ଜପା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ମହା ଆଡମ୍ବରେ ପାଳିତ ହୋଇଛି।ଏହି ଉତ୍ସରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତ, ଏରସମା ବିଜେପି ଯୁବ ନେତା ସତ୍ୟସାରଥୀ ମହାନ୍ତି, ରାଜ୍ୟ ଅବିସମୋର୍ଚ୍ଚା ଉପସଭାପତି ନୃସିହ ସାହୁ, ସାଂସଦ ପ୍ରତିନିଧି ଜଟାଧାରି ସ୍ୱାଇଁ, ଜିଲ୍ଲା କୋଷାଧ୍ୟକ୍ଷ ନିର୍ଲିପ୍ତ ଜେନା,ଅମରେନ୍ଦ୍ର ଦଳାଇ, ଅଡ଼ଭୋକେଟ ଅକ୍ଷୟ କୁମାର ସ୍ୱାଇଁ, ନାଟ୍ୟକାର ରଘୁନାଥ ସାହୁ,ତପନ କୁମାର ଗଛାୟତ,ଅମିତା ଦାସ,ପ୍ରମୁଖ ଯୋଗଦେଇଥିଲେ। ଶୁବାସ ସାହୁ ଅତିଥି ପରିଚୟ ଦେଇଥିବାବେଳେ ଅଜୟ କୁମାର ଲେଙ୍କା ସଭା ପରିଚାଳନା କରିଥିଲେ। ଏହା ପୂର୍ବରୁ ଚନ୍ଦ୍ରଜିତ ଦାସଙ୍କ ସଭାସତିତ୍ୱରେ ବାଜପେୟୀଙ୍କ ଉପରେ ଆଧାରିତ କବିତା ପଠୋତ୍ସବ ଅନୁଷ୍ଠିତ ହେଵା ସହିତ ଅଟଳଜ୍ୱତୀ ପୁସ୍ତକ ଉନ୍ମୋଚନ ହୋଇଥିଲା। ଏରସମା ଥାନା ଅଧିକାରି ପ୍ରେମଜୀତ ଦାସଙ୍କୁ ଅଟଳ ସେବା ସମ୍ମାନ, ଅଟଳ ସାରସ୍ୱତ ସମ୍ମାନ ନାଟ୍ୟକାର ରଘୁନାଥ ସାହୁ,ପରମହଂସ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଠାରୁ ସମ୍ମାନୀତ ହୋଇଥିଲେ। ଏହି ଉତ୍ସବରେ ଶହ ଶହ ବିଜେପି କର୍ମୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ସଭାକୁ ଏରସମା ପୁଲିସ ଶାନ୍ତି ଶୃଙ୍ଖଳ ରକ୍ଷା କରିଥିଲାବେଳେ ନିରଲ୍ଲିପ୍ତ ଜେନା ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.

13 + thirteen =