ଭୁବନେଶ୍ୱର: ଏହି ଉତ୍ସବ ଋତୁରେ ଖୁଚୁରା ବର୍ଗର ଗ୍ରାହକମାନଙ୍କୁ ଖୁସି କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ କେତେକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୟୋନୋ ଜରିଆରେ କାର୍, ସୁନା କିମ୍ବା ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରୁଥିବା ଗ୍ରାହକମାନଙ୍କ ପାଇଁ ପ୍ରୋସେସିଂ ଫି’ ଛାଡ଼ କରାଯାଇଛି । କାର୍ ଋଣ ଉପରେ ବ୍ୟାଙ୍କ ପକ୍ଷରୁ ୭.୫% ଭଳି କମ୍ ସୁଧ ହାରରେ ଋଣ ପ୍ରଦାନ କରାଯାଉଛି । କେତେକ ନିର୍ଦିଷ୍ଟ ମଡେଲ୍ ଉପରେ ୧୦୦% ଅନ୍-ରୋଡ୍ ମୂଲ୍ୟର ଫାଇନାନ୍ସ କରାଯାଉଛି । ଗୃହ ଋଣ ଉପରେ ବ୍ୟାଙ୍କ ତରଫରୁ ସ୍ୱତନ୍ତ୍ର ଉତ୍ସବ ଅଫର ଘୋଷଣା କରାଯାଇଛି । ମୁର ହୋଇଥିବା ପ୍ରକଳ୍ପର ଗୃହ ଋଣ ଉପରେ ପ୍ରୋସେସିଂ ଫି’ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ଗ୍ରାହକମାନଙ୍କ କ୍ରେଡିଟ୍ ସ୍କୋର ଓ ଋଣ ପରିମାଣ ଅନୁସାରେ ସେମାନଙ୍କୁ ସୁଧ ଉପରେ ୦.୧୦ ପ୍ରତିଶତ ଭଳି ସ୍ୱତନ୍ତ୍ର ରିହାତି ଦିଆଯାଉଛି । ୟୋନୋ ଜରିଆରେ ଯେଉଁ ଗ୍ରାହକମାନେ ଋଣ ପାଇଁ ଆବେଦନ କରିବେ ସେମାନଙ୍କୁ ୦.୦୫%ର ସୁଧ ରିହାତି ମିଳିବ । ସୁନା ଋଣର ଗ୍ରାହକମାନେ ୭.୫ ପ୍ରତିଶତ ଭଳି କମ୍ ସୁଧରେ ଋଣ ନେଇପାରିବେ ଏବଂ ଋଣ ଶୁଝିବା ଲାଗି ୩୬ ମାସ ଭଳି ଲମ୍ବା ସମୟ ପାଇବେ । ଏହି ସଙ୍କଟମୟ ସମୟରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଋଣ ଯୋଗାଇ ଦେବା ଲାଗି ବ୍ୟାଙ୍କ ପକ୍ଷରୁ ୯.୬% ସୁଧ ହାରରେ ବ୍ୟକ୍ତିଗତ ଋଣ ପ୍ରଦାନ କରାଯାଉଛି । ସାଂପ୍ରତିକ ପରିସ୍ଥିତିରେ ଡିଜିଟାଲ୍ କାରବାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ବେଳେ ଏସବିଆଇ ଏହାର ୟୋନୋ ଆପ୍ ଜରିଆରେ କାର୍ ଓ ସୁନା ଋଣ ଆବେଦନ ଉପରେ ନୀତିଗତ ମୁରି ପ୍ରଦାନ କରୁଛି । ମାତ୍ର ୪ଟି କ୍ଲିକ୍ରେ ବ୍ୟାଙ୍କର ଗ୍ରାହକମାନେ ପ୍ରାକ୍ ମୁର ହୋଇଥିବା କାଗଜବିହୀନ ବ୍ୟକ୍ତିଗତ ଋଣ ପାଇପାରିବେ । ସିଏସ୍ ସେଟ୍ଟି, ଏମ୍ଡି (ରିଟେଲ୍ ଆଣ୍ଡ୍ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍),ଏସବିଆଇ କହିଛନ୍ତି ଯେ, ଗ୍ରାହକମାନଙ୍କ ଆବଶ୍ୟକତା ଅନୁସାରେ ସେମାନଙ୍କୁ ଉତ୍ପାଦ ଓ ସେବା ପ୍ରଦାନ କରି ମୂଲ୍ୟବାନ ଗ୍ରାହକମାନଙ୍କ ଲାଭ ପାଇଁ ଏସବିଆଇ ନିରନ୍ତର ଉଦ୍ୟମ କରୁଛି ଏବଂ ସେହି ସମୟରେ ସେମାନଙ୍କ ୱାଲେଟ୍ ଉପରେ ମଧ୍ୟ ଅଧିକ ଚାପ ପକାଉନାହିଁ । ଅର୍ଥନୀତିରେ ପର୍ଯ୍ୟାୟକ୍ରମେ ସୁଧାର ହେଉଥିବାରୁ ଗ୍ରାହକମାନଙ୍କ ବ୍ୟୟରେ ବୃଦ୍ଧି ହେବ ବୋଲି ଆମେ ଆଶା କରୁଛୁ ଏବଂ ସେହି ସମୟରେ ଆର୍ଥିକ ଆବଶ୍ୟକତାକୁ ପୂରଣ କରି ଏବ ସୁଖକର ଉତ୍ସବ ଋତୁ ପାଇଁ ଏସବିଆଇର ସହାୟତାର ହାତ ନିଶ୍ଚିତ କରିବାକୁ ଚାହୁଛୁ ।”