ଏସସିବି ଆଇସୋଲେସନରେ ହେବ ଡାଏଲିସିସ୍

କଟକ: କଟକ ବଡ଼ ଡାକ୍ତରଖାନାର ସ୍ୱତନ୍ତ୍ର କରୋନା ଆଇସୋଲେସନ୍ ୱାର୍ଡରେ ଏଣିକି ମିଳିବ ଡାଏଲିସିସ ସୁବିଧା । ଏଥିପାଇଁ କୋଲକତାରୁ ୩ ଜଣ ଇଂଜିନିୟର କଟକ ପହଂଚି କାମ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ୩ଟି ଆର୍ଓ ପ୍ଲାଂଟ ମେସିନ୍ ବସାଯିବ, ଯେଉଁଥିରେ ସପ୍ତାହକୁ ୩୦ ଜଣ ରୋଗୀ ଡାଏଲିସିସ୍ ଚିକିତ୍ସା ପାଇବେ । କିଡନି ରୋଗୀ ମଧ୍ୟ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ହେଉଥିବାରୁ ସେମାନଙ୍କ ଡାଏଲିସିସ୍କୁ ନେଇ ସମସ୍ୟା ସୃଷ୍ଟି ହେଉଥିଲା । କଟକ, ଭୁବନେଶ୍ୱର କୋଭିଡ ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାଏଲିସିସ୍ ପାଇଁ ସଂକ୍ରମିତ ହନ୍ତସନ୍ତ ହେଉଥିଲେ ।
ଶେଷରେ ଗତ ସପ୍ତାହରୁ ଏସ୍ସିବି ନେଫ୍ରୋଲୋଜି ବିଭାଗରେ କରୋନା ସଂକ୍ରମିତଙ୍କ ଡାଏଲିସିସ୍ ଆରମ୍ଭ କରାଯାଇଛି । ହେଲେ ବିଭାଗରେ ଅନ୍ୟ ରୋଗୀଙ୍କ ପ୍ରତି ସଂକ୍ରମଣ ଭୟ ଥିବାରୁ ଆଇସୋଲେସନ୍ ୱାର୍ଡରେ ଏହି ବ୍ୟବସ୍ଥା ପାଇଁ ଯୋଜନା ଆରମ୍ଭ ହେଲା । ଖୁବ୍ଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.

eighteen + twenty =