ଏସସି-ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ପରିବର୍ତନ ଏବେ ନୁହେଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି ପରିବର୍ତନ । ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ । ଏସସି/ଏସଟି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । ରିଜୋଲୁ୍ୟସନ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଚଳିତ ବର୍ଷ ରାଜ୍ୟ ସରକାର ସ୍କୁଲ ନଖୋଲିବାକୁ ନିଷ୍ପତି ନେଇଛନ୍ତି । ସ୍କୁଲ ନଖୋଲିଲେ ମଧ୍ୟ ପିଲାମାନେ ସ୍କଲାରସିପ ପାଇପାରିବେ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ନଖୋଲିବାକୁ ନିଷ୍ପତି ନେଇଥିଲା ବେଳେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପ ପରିମାଣ କମାଇବାକୁ ବିଭାଗୀୟ ସଚିବ ଫାଇଲ୍ ପ୍ରସ୍ତୁତ କରିସାରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାଳୟରୁ ଏହି ଫାଇଲ୍ ଦିଆଯାଇଥିବା ପ୍ରସ୍ତାବକୁ ସ୍ଥଗିତ ରଖିବାକୁ କୁହାଯାଇଛି । ଏ ସମ୍ପର୍କିତ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରକାଶ ।

Leave A Reply

Your email address will not be published.

four − three =