ଏସିବିରେ ଯୋଡାହେଲା ଦୁଇଜଣଙ୍କ କଟାହାତ

କଟକ, ୮.୬ (ନି.ପ୍ର.): ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ୨ଟି ବିରଳ ଅସ୍ତ୍ରୋପ୍ରଚାର କରାଯାଛି । ଛିଣ୍ଡି ପଡିଥିବା ଜଣେ ବ୍ୟକ୍ତିଙ୍କର ପାପୁଳି ଓ ଅନ୍ୟଜଣଙ୍କର କହୁଣୀ ତଳ ହାତକୁ ଅସ୍ତେ୍ରାପଚାର କରାଯାଇ ଯୋଡାଯାଇଛି ।
ଡାକ୍ତରଙ୍କ ଦୀର୍ଘ ୬ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଭୟଙ୍କର ସଫଳତାର ସହ ଅସ୍ତେ୍ରାପଚାର ଶେଷ ହୋଇଥିଲା । ପ୍ଲାଷ୍ଟିକ ସର୍ଜରୀ ଅସ୍ତେ୍ରାପଚାର ହୋଇଥିବା ବିଭାଗୀୟ ଡାକ୍ତର କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଦକ୍ଷିଣକାଳୀ ରୋଡ ଅଂଚଳର ଦୀନବନ୍ଧୁ ମଲ୍ଲିକଙ୍କ ପୁଅ ମନୋଜ ୪୮ ମେ’ ୨୨ରେ ପାରିବାରିକ ଗଣ୍ଡମୋଳକୁ କେନ୍ଦ୍ରକରି କେତକ ବ୍ୟକ୍ତି ତାଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣି ଦେଇଥିଲେ । ପରିବାର ଲୋକ ମନୋଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ସହିତ ତାଙ୍କ ପାପୁଲିକୁ କପଡାରେ ଗୁଡାଇ ଢେଙ୍କାନାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ।
ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ୨୩ରେ ଏସ୍ସିବିକୁ ସ୍ଥାନାନ୍ତର କରାଯାଇ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତି କରାଯାଇଥିଲେ । ସେହିପରି ମେ’ ୨୯ରେ କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସିମୁଲାଇ ଅଂଚଳର ଭାଗୀରଥୀ ସ୍ୱାଇଁଙ୍କ ପୁଅ ଦେବୀପ୍ରାସାଦ (୪୦)ଙ୍କ ହାତକୁ କେତେକ ଦୁବୃର୍ତ କଟୁରୀରେ ହାଣି ଦେଇଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏସସିବିକୁ ସ୍ଥାନନ୍ତାର କରାଯାଇଥିଲା । ଅସ୍ତେ୍ରାପଚାର ପାଇଁ ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । କଟି ଯାଇଥିବା ହାତକୁ ଲୁଗା କପଡାରେ ଗୁଡାଇ ପରିବାରଲୋକ ମେଡିକାଳକୁ ଆଣିଥିଲେ ।
ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ବିଭୁତିଭୂଷଣ ନାୟକଙ୍କ ନେତୃତ୍ୱରେ ଏହି ଅସ୍ତେ୍ରାପଚାର କରାଯାଇଥିଲା । ଉଭୟଙ୍କର ଅଙ୍ଗ ଅଲଗା ହୋଇ ଯାଇଥବଲା । ଉକ୍ତ ଅଙ୍ଗଗୁଡିକ କିପରି ଯୋଡା ହେବ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ରାତି ପ୍ରାୟ ୨ଟାରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ୭ରୁ ୮ ଜଣ ଡାକ୍ତର ପର୍ଯ୍ୟାୟ କ୍ରମେ ୬ ଘଂଟା ଅସ୍ତେ୍ରାପଚାର କରି ଏହି ସଫଳତା ପାଇଥିଲେ । ଅସ୍ତ୍ରୋପ୍ରଚାର ମାଇକ୍ରୋସ୍କୋପିରେ କରାଯାଇଥିଲା । ପ୍ରଫେସର ଡା. ବିଭୂତିଭୂଷଣ ନାୟକ କହିଛନ୍ତି ଯେ, ଦୁଇଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସରକାରଙ୍କ ଉନ୍ନତ ଯନ୍ତ୍ରପାତି ଓ ସୁବିଧା ଯୋଗୁଁ ଏହା ସଫଳ ହେଇପାରିଛି ବୋଲି ସେ କହିଛନ୍ତି । ପ୍ରଫେସର ଡା. ଅନ୍ନଦାପ୍ରସାଦ ପଟ୍ଟନାୟକ, ପ୍ରଫେସର ଡା. ନାୟକ, ଡା, ପ୍ରଶାନ୍ତ ବଳ, ଡା. ରଶ୍ମି, ଡା. ପୃଥୀରାଜ, ଡା. ଅରୁପ ତିର୍କୀ, ଡା. ତନ୍ମୟ ନିଶ୍ଚେତକ ଡା. କମାଳା, ଡା. ସଞ୍ଜୀବ, ଡା. ଏମଏମ ବାଗ ଏବଂ ଡା. ସସ୍ମିତା ଏହି ଅସ୍ତ୍ରୋପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

Leave A Reply

Your email address will not be published.

5 × 3 =