ଏସ୍ଏନ ତିୱାରିଙ୍କ ବିୟୋଗରେ ନିରଞ୍ଜନଙ୍କ ଶୋକ

ଭୁବନେଶ୍ୱର: ୧୯୬୩ ବ୍ୟାଚର ଆଇପିଏସ୍ ତଥା ପୂର୍ବତନ ରାଜ୍ୟ ପୋଲିସ୍ ମହାନିର୍ଦେଶକ ଏସ୍ଏନ୍ ତିୱାରିଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଖରିଆରରେ ଜନ୍ମଗ୍ରହଣ କରିଥିବା ୰ତିୱାରି ପୋଲିସ୍ ପ୍ରଶାସନିକ ସେବାରେ ଯୋଗଦେଇ ରାଜ୍ୟରେ ବିଭିନ୍ନ ପଦପଦବୀରେ ରହି ବିଶେଷ କରି ଆଇନ ଶୃଙ୍ଖଳା ପାଇଁ ଉଚ୍ଚକୋଟୀର କାର୍ଯ୍ୟ କରିଛନ୍ତି । ସେ ପ୍ରଥମ ଓଡ଼ିଶା ଅଫିସର ଭାବେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏସ୍ପିଜିର ନିଦେ୍ର୍ଧଶକ ମଧ୍ୟ ଥିଲେ । ଆନ୍ତ ନିରାପତା ଓ ନକ୍ସଲ ଦମନ ପାଇଁ ଓଡ଼ିଶାରେ ବହୁ ପ୍ରଚେଷ୍ଟା କରି ସଫଳ ହୋଇଥିଲେ । ସେ କେନ୍ଦ୍ରସରକାରଙ୍କ ଗୁଇନ୍ଦା ବିଭାଗର ଯୁଗ୍ମ ସଚିବ ରହି ଦେଶପାଇଁ ଉଚ୍ଚକୋଟୀର କାର୍ଯ୍ୟ କରିଛନ୍ତି । ତାଙ୍କ ବିୟୋଗରେ ଦେଶ ଏବଂ ରାଜ୍ୟ ଏକ କର୍ତବ୍ୟନିଷ୍ଠ ପୋଲିସ୍ ଅଫିସରଙ୍କୁ ହରାଇଲା । ସ୍ୱର୍ଗତ ତିୱାରୀଙ୍କ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

Leave A Reply

Your email address will not be published.

twelve − 10 =