କଟକ: ଏସସିବିରୁ ଘରୋଇ ହସ୍ପିଟାଲକୁ ରୋଗୀ ପଠାଉଥିବା ଏକ ୬ ଜଣିଆ ରାକେଟକୁ ମଙ୍ଗଳାବାଗ ପୋଲିସ କାବୁ କରିଛି । ଦୀର୍ଘ ଦିନ ହେବ ଏହି ରାକେଟ ସକି୍ରୟ ଥିଲା । ଖାସକରି ଦୂରଦୂରାନ୍ତରୁ ଏସସିବିକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଏହି ରାକେଟ ନିଜ ଶିକାର କରୁଥିଲା । ସେମାନଙ୍କୁ କମ ଖର୍ଚ୍ଚରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା କହି ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମକୁ ପଠାଉଥିାଊ । ବଦଳରେ ମୋଟା ଅଙ୍କର କମିଶନ ମଧ୍ୟ ପାଉଥିଲେ । ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମର୍କତନଗର ସେକ୍ଟର-୯ରେ ରହୁଥିବା ବାଙ୍କୀ ଅଂଚଳର ଜିତେନ୍ଦ୍ରନାଥ ରଣା(୪୨), ଜଗତପୁର ନିମପୁରର ପ୍ରଦୀପ ନାଏକ(୪୫), ଅବିନାଶ ବେହେରା(୩୧), ବଡମ୍ବାର ବଳିଆ ନାଏକ(୨୩), କିଶନନଗରର ଲିଟୁଆ ଦାସ(୨୮), ଯାଜପୁର କୋରେଇର ସେକ ସୁଲତାନ(୨୮) । ଉପରୋକ୍ତ ଅଭିଯୁକ୍ତମାନେ ଦୀର୍ଘ ଦିନ ହେବ ଏସସିବିରେ ଆଡ୍ଡା ଜମାଇଥିଲେ । ସେମାନେ ପୋଲିସ ଚଢଉକୁ ଦେଖି ଦିନ ଅପେକ୍ଷା ରାତି ସମୟରେ ରୋଗୀ ଚାଲାଣ କରୁଥିଲେ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଅଭିଯୁକ୍ତମାନେ ନୂଆ ତରିକାରେ ରୋଗୀ ଚାଲାଣ କରୁଥିଲେ । ତିନି ଜଣ ରୋଗୀ ସମ୍ପର୍କୀୟ ହୋଇ ତାଙ୍କ ମତାଉଥିଲେ । ଅନ୍ୟ ତିନି ଜଣ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ନେଇ ଠିକଣା ଘରୋଇ ହସ୍ପିଟାଲରେ ପହଁଚାଉଥିଲେ ।