ଓଡ଼ିଶା ଜୀବିକା ମିଶନ ଇ ସି ମହିଳା ସଂଘର ପ୍ରତିବାଦ

ଏରସମା : ସରକାର ମହିଳା ମାନଙ୍କ ପାଇଁ ଯୋଜନା ପରେ ଯୋଜନା ତିଆରିକରି ଅଧା ବାଟରେ ଛାଡିଦେବା  ଦୁଃଖ ଓ ପରିତାପର ବିଷୟ। ଗୁରୁବାର ପୂର୍ବାହ୍ନ ରେ ଓଡ଼ିଶା ଜୀବିକା ମିଶନ ଇ.ସି ସଂଘର ଶହ ଶହ ମହିଳା ଏରସମା ଜଗନ୍ନାଥ ମନ୍ଦିରରୁ ଏକ ପ୍ରତିବାଦ ପଦଯାତ୍ରା ବାହାରି,ଏରସମା ମୁଖ୍ୟ ବଜାର ପରିକ୍ରମା କରି ଏରସମା ପଂଚାୟତ ସମିତି ସମ୍ମୁଖରେ ପହଂଚିଥିଲେ। ରାଜ୍ୟରେ ମହିଳା ମାନଙ୍କୁନେଇ ଅନେକ ସଂଗଠନ ଜରିଆରେ ଆର୍ଥିକ ମାନଦଣ୍ଡର ବିକାଶ ହେଉଥିବାବେଳେ ଓଡ଼ିଶା ଜୀବିକା ମିଶନ ଇ ସି ସଂଘର ମା ମାନଙ୍କ ପ୍ରତି ଅନ୍ୟ୍ୟାୟ ହୋଇଛି। ମହିଳା ମାନେ ନିଜର ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଙ୍କୁ ଏରସମା ବିଡ଼ିଓ ଙ୍କ ମାଧ୍ୟମରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ଏରସମା ବିଡ଼ିଓ ଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ବିଡ଼ିଓ ଜ୍ଞାନେନ୍ଦ୍ର ଲେଙ୍କା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମହିଳା ମାନଙ୍କ ଦାବି ମଧ୍ୟରେ ୧-ମିଶନଶକ୍ତି ଓ ଓଡ଼ିଶା ଜୀବିକା ମିଶନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଜିପିଏଲଏଫ ଇସି ସ୍ତରରେ ରି ଷ୍ଟ୍ରକ୍ଚରିଙ୍ଗ ପାଇଁ ନିର୍ଦେଶ ନାମା ଓ ନୂଆ ଗାଇଡ ଲାଇନ କୁ ପ୍ରତ୍ୟାହାର କରାଯାଉ।୨- ମିଶନ ଶକ୍ତି ଅଧିନସ୍ତ ଓଡ଼ିଶା ଜୀବିକା ମିଶନର ଗ୍ରାମପଞ୍ଚାୟତ ସ୍ତରୀୟ ମହାସଙ୍ଘ (GPLF)EC ଭାବେ କାର୍ଯ୍ୟରତ ମହିଳା EC ଭାବେ କାର୍ଯ୍ୟରତ ମହିଳା EC ସଦସ୍ୟା ଙ୍କ କାର୍ଯ୍ୟକାଳ ର ସମୟ ସୀମା ବୃଦ୍ଧି କରାଯାଉ। ୩- ମିଶନ ଶକ୍ତି ବିଭାଗ ର ସ୍କୁଟି ଋଣ ଯୋଜନା ର ସର୍ତବଳୀ ଅନୁଯାୟୀ ୪୮ଟି କିସ୍ତି ମଧ୍ୟରୁ ୧୨କିସ୍ତି ଦେୟ ହୋଇ ଥିବାବେଳେ ବାକି କିସ୍ତି ଗୁଡିକ ସମ୍ପର୍କରେ ସରକାର ବିଚାର କରନ୍ତୁ। ୪-ମିଶନ ଶକ୍ତି ଅଧିନସ୍ତ ଓଡ଼ିଶା ଜୀବିକା ମିଶନ ର କାର୍ଯ୍ୟରତ ଏହି ମହିଳା ଇ ସି କର୍ମୀଙ୍କୁ ସାମାଜିକ ନିରାପଟା ଓ କାର୍ଯ୍ୟକାଳ ସମୟରେ ଦୁର୍ଘଟଣା ଜନିତ ବୀମା ଯୋଜନା ପ୍ରଦାନ କରାଯାଉ। ଆଜିର ବିକ୍ଷୋବ ରେ ମହିଳା ମାନଙ୍କ ମଧ୍ୟରେ  ଯୋଗମାୟା ନନ୍ଦ ଜିଲ୍ଲା ତଥା ରାଜ୍ୟ ସଭାନେତ୍ରୀ, ମିନାରାଣୀ ଗଛାୟତ  ବ୍ଳକ ସଭାନେତ୍ରୀ,ସବିତା ଦାସ ସମ୍ପାଦିକା, ସୁଜାତା ରାଉଳ ପ୍ରମୁଖ ଯୋଗଦେଇ ଶାନ୍ତିପୂର୍ଣ ପ୍ରତିବାଦ କରିଥିଲେ। ମା ମାନଙ୍କ ସୁରକ୍ଷାରେ ଏରସମା ପୁଲିସ ନିଜର ଦାୟିତ୍ୱ ତୁଲାଇଥିଲେ।

Leave A Reply

Your email address will not be published.

2 × one =