ଓଡ଼ିଶା ପୋଲିସ ମହାନିର୍ଦେଶକଙ୍କ ସିଆରପିଏଫ ଶିବିର ପରିଦର୍ଶନ

ଫୁଲବାଣୀ: ଓଡ଼ିଶା ପୋଲିସ ମହାନିର୍ଦେଶକ ଅଭୟ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ସିଆରପିଏଫର ନକ୍ସଲ ବିରୋଧୀ ଶିବିରର ପରିର୍ଦଶନ କରିଛନ୍ତି । ପୋଲିସ ମହାନିର୍ଦେଶକ ଅଭୟ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲରେ ଥିବା ସିଆରପିଏଫର ନକ୍ସଲ ବିରୋଧୀ ଶିବିରର ପରିଦର୍ଶନ ସହ ସେ ସୈନିକ ସମ୍ମିଳନୀରେ ଯୋଗ ଦେଇ ଜିଲ୍ଲାରେ ନକ୍ସଲ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି । ଏହାଛଡ଼ା ପୋଲିସ ମହାନିର୍ଦେଶକ ଜିଲ୍ଲା ପୋଲିସର କନେଷ୍ଟବଳ ଜିତେନ୍ଦ୍ର ନାୟକ ଓ ତପନ ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ତାଙ୍କ ସହ ଗୁଇନ୍ଦା ବିଭାଗ ନିର୍ଦେଶକ, ଏସଡିଜି, ସିସିଆରପିଏଫ ଆଇଜି ଏବଂ ଆଇଜି ଅପରେସନ୍ ପ୍ରମୁଖ ଯୋଗ ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.

10 + twelve =