ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାରେ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଗାନ

ଭୁବନେଶ୍ୱର,୧ ।୦୬(ନି.ପ୍ର.): ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦେ୍ଧଶ୍ୟରେ ସବୁ ଓଡ଼ିଆଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଯେଉଁ ଆହ୍ୱାନ ଦେଇଥିଲେ, ତାହାର ସଫଳ ଅନୁପାଳନ କରି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ରାଜ୍ୟ ମୁଖ୍ୟ ଦପ୍ତର ଓ ଶାଖା ଅଫିସ୍ଗୁଡ଼ିକରେ ଥିବା ସମସ୍ତ ଅଧିକାରୀ ଓ କର୍ମ·ରୀମାନେ ଶନିବାର ୫.୩୦ମିନିଟ୍ ସମୟରେ ସାମୂହିକ ଭାବେ ଏହି ସଙ୍ଗୀତର ସ୍ୱୀକୃତି ପ୍ରାପ୍ତ ପଂକ୍ତିଗୁଡ଼ିକ ନିର୍ଦ୍ଧିଷ୍ଟ ସମୟରେ ମଧ୍ୟରେ ଆବୃତି କରିଥିଲେ । ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ, ମୁଖ୍ୟ ଦପ୍ତରର ପରିସରରେ, ସରକାରୀ ନିର୍ଦେଶାବଳୀ ଅନୁଯାୟୀ ସାମାଜିକ ଦୂରତ୍ୱ ରକ୍ଷା କରି ଓ ମୁହଁରେ ମାସ୍କ ଧାରଣ କରି ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଏହି ସଙ୍ଗୀତ ଗାନ କରି କୋଭିଡ ଯୋଦ୍ଧାଙ୍କୁ ନିଜର ସମ୍ମାନ ଜଣାଇଥିଲେ । ସଂସ୍ଥାର ସଚିବ ଶ୍ରୀ ଗଙ୍ଗାଧର ପାତ୍ର, ଆଇ.ଏ.ଏସ୍., ଓ ବିତପରାମର୍ଶି ତଥା ମୁଖ୍ୟ ହିସାବ ରକ୍ଷକ ଶ୍ରୀମତୀ ପଦ୍ମିନୀ ପାତ୍ର ପ୍ରମୁଖ, ସଂସ୍ଥାର କର୍ମଚାରୀ ସଙ୍ଘ ଓ ୱାର୍କରସ୍ ୟୁନିୟନର କର୍ମକର୍ତାମାନଙ୍କ ସହଯୋଗରେ ଏହା ପରିଚାଳନା କରିଥିଲେ ।

Leave A Reply

Your email address will not be published.

3 × one =